Odisha Link
Bridging the Missing Links in Odisha

ASO ମାମଲାର ଶୁଣାଣି ଶେଷ , ନୂଆ ମେରିଟ ଲିଷ୍ଟ ପାଇଁ ହାଇକୋର୍ଟର ନିର୍ଦ୍ଦେଶ

ହାଇକୋର୍ଟ ନିର୍ଦ୍ଦେଶ ହିସାବରେ କଟଅଫ୍ ମାର୍କ ସହ ବ୍ୟକ୍ତିଗତ ମାର୍କ ପ୍ରକାଶ କରାଯିବ । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମାର୍କ ଯେଉଁଭଳି ପରୀକ୍ଷାର୍ଥୀ ଦେଖିପାରିବେ ସେନେଇ ବ୍ୟବସ୍ଥା କରାଯିବ।

ଓଏଲ୍ ବ୍ୟୁରୋ : ଲାଗିରହିଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ମାମଲାର ଶୁଣାଣି ଶେଷ । ଆବେଦନକୁ ଅଗ୍ରାହ୍ୟ ସହ ମାମଲାର ଅନ୍ତ ଘଟାଇଲେ ନ୍ୟାୟାଳୟ । ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । କୋର୍ଟ ନୂଆ ମେରିଟ ଲିଷ୍ଟ ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଓଡିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ASO ପରୀକ୍ଷାରେ ହୋଇଥିବା ମୂଲ୍ୟାୟନ ତ୍ରୁଟି ଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ ।

ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିବା, ମାର୍କସିଟ, କଟଅଫ ମାର୍କ ଆସିବାରେ ବିଳମ୍ବ ନେଇ ଅଭିଯୋଗ କରିଥିଲେ । ଏନେଇ ଅନେକ ଛାତ୍ର ଛାତ୍ରୀ OPSC କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀକ୍ଷାର୍ଥୀ। ହାଇକୋର୍ଟ ନିର୍ଦ୍ଦେଶ ହିସାବରେ କଟଅଫ୍ ମାର୍କ ସହ ବ୍ୟକ୍ତିଗତ ମାର୍କ ପ୍ରକାଶ କରାଯିବ । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମାର୍କ ଯେଉଁଭଳି ପରୀକ୍ଷାର୍ଥୀ ଦେଖିପାରିବେ ସେନେଇ ବ୍ୟବସ୍ଥା କରାଯିବ।

OPSC କର୍ତ୍ତୃପକ୍ଷ କହିଥିଲେ ଯେ ଛାତ୍ର ଛାତ୍ରୀଙ୍କ ଏହି ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ। ପୂର୍ବରୁ ଏ ସମ୍ପର୍କରେ ବିଜ୍ଞପ୍ତିରେ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ବୋଲି ସଚିବ କହିଥିଲେ। ୨୦୧୬ ପଲିସି ଅନୁସାରରେ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ । ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ବ୍ୟକ୍ତିଗତ ମାର୍କ ବାହାରିବାର ସୂଚନା ।

Leave A Reply

Your email address will not be published.