Odisha Link
Bridging the Missing Links in Odisha

ଜାଲ୍ ବିଶ୍ଵବିଦ୍ୟାଳୟକୁ ରୋକିବ ଭାରତୀୟ ଉଚ୍ଚଶିକ୍ଷା କମିଶନ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆସନ୍ତା ଶୀତକାଳୀନ ଅଧିବେଶନରେ ଆଣିବ ଏଚଇସିଆଇ ବିଲ୍ । ପ୍ରସ୍ତାବିତ ଏଚଇସିଆଇ ପାଖରେ ରହିବ ଅପର୍ଯ୍ୟାପ୍ତ କ୍ଷମତା । ନିୟମ ଉଲଂଘନ କଲେ ଜୋରୀମାନେ ରହିବ ୫ କୋଟି ଟଙ୍କା ।

ଓଏଲ୍ ବ୍ୟୁରୋ : ଶିକ୍ଷା ସବୁଠୁ ଉର୍ଦ୍ଧ୍ବରେ ହୋଇଥିବାବେଳେ ଜାଲ କାରବାର ମଧ୍ୟ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି । ତଥ୍ୟ ଅନୁସାରେ
ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ଜାଲ୍ ବିଶ୍ବବିଦ୍ୟାଳୟକୁ ରୋକିବା ଲାଗି ଗଠିତ ହେବାକୁ ଯାଉଛି ଭାରତୀୟ ଉଚ୍ଚଶିକ୍ଷା କମିଶନ ବା HECI। ଏହା ଅଧୀନରେ ରହିବ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଓ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆସନ୍ତା ଶୀତକାଳୀନ ଅଧିବେଶନରେ ଆଣିବ ଏଚଇସିଆଇ ବିଲ୍ । ପ୍ରସ୍ତାବିତ ଏଚଇସିଆଇ ପାଖରେ ରହିବ ଅପର୍ଯ୍ୟାପ୍ତ କ୍ଷମତା । ନିୟମ ଉଲଂଘନ କଲେ ଜୋରୀମାନେ ରହିବ ୫ କୋଟି ଟଙ୍କା । ବର୍ତ୍ତମାନ ୟୁଜିସି ନିକଟରେ ଜାଲ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ତଥା ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କ୍ଷେତ୍ରରେ ସର୍ବାଧିକ ୧ ହଜାର ଟଙ୍କା ଅର୍ଥଦଣ୍ଡ କ୍ଷମତା ରହିଛି । ପ୍ରସ୍ତାବିତ ୧୫ ଜଣିଆ କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ରହିବେ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜଣେ କୁଳପତି, ଉଚ୍ଚଶିକ୍ଷା ପରିଷଦର ୨ ଜଣ ପ୍ରଫେସର, ଉଚ୍ଚଶିକ୍ଷା ସଚିବ, ଅର୍ଥ ସଚିବ ଓ ଜଣେ ଆଇନ ବିଶାରଦ ସଦସ୍ୟ ରହିବେ ।

ନୋଟିସ ଜାରି ପରେ ଯଦି କୌଣସି ପ୍ରତିଷ୍ଠାନ ଉପଯୁକ୍ତ ସ୍ପଷ୍ଟୀକରଣ ଦେବ ନାହିଁ, ତେବେ ତା ଉପରେ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ ହେବ । ବିଲ୍‌ରେ ଥିବା ବ୍ୟବସ୍ଥାରେ ନିୟମ ଉଲ୍ଲଂଘନର ମାତ୍ରା ଅନୁସାରେ ଜୋରିମାନା ଧାର୍ଯ୍ୟ କରାଯିବ । ଦେଶରେ ବହୁତ ଜାଲ ବିଶ୍ୱବିଦ୍ୟାଳୟ ରହିଥିବାର ସୂଚନା ନିକଟରେ ମିଳିଥିଲା କିନ୍ତୁ ଏହାକୁ ନିୟନ୍ତ୍ରଣ ପାଇଁ ୟୁଜିସି ବିଫଳ ହୋଇଛି । ଏହି ଜାଲ କାରବାରକୁ ନିୟନ୍ତ୍ରଣ ପାଇଁ ସରକାର ଏଚଇସିଆଇ ଗଠନ କରିବାକୁ ଚାହୁଁଛନ୍ତି।
ପ୍ରସ୍ତାବିତ ବିଲ ଅନୁସାରେ କୌଣସି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଦ୍ବାରା ଯଦି ନିୟମର ଉଲ୍ଲଂଘନ କରାଯାଏ ତେବେ ଏହାର କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କୁ ଦାୟୀ କରାଯିବ। ମେଡିକାଲ ଓ ଆଇନ ଶିକ୍ଷା ଜାତୀୟ ଶିକ୍ଷା ନୀତି-2020 ଅନୁସାରେ ଗଠିତ ହେବାକୁ ଥିବା ଏଚଇସିଆଇ ଅଧୀନରେ ରହିବ ନାହିଁ। କମିଶନରେ ୪ଟି ସ୍ବାଧୀନ ଶାଖା ରହିବ। ତାହା ହେଲା ଜାତୀୟ ଉଚ୍ଚଶିକ୍ଷା ନିୟାମକ ପରିଷଦ, ଜାତୀୟ ମାନ୍ୟତା ପରିଷଦ, ଉଚ୍ଚଶିକ୍ଷା ଅନୁଦାନ ପରିଷଦ ଓ ସାଧାରଣ ଶିକ୍ଷା ପରିଷଦ ବିଲ ପ୍ରସ୍ତୁତ ପରେ ଏହାର ସଠିକ ନିୟମ ଜଣା ପଡିବ ।

Leave A Reply

Your email address will not be published.