Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ ପାଇଁ ବଦଳିଲା ମତଦାନ ସମୟ ଅବଧି

ପଦମପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ , ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ କମାଯାଇଛି।

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ପାର୍ଥି ଘୋଷଣା କରିଦେଇଛି । ବିଜେଡିରୁ ବର୍ଷା ସିଂ ବରିହା , ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ପାର୍ଥି ଭାବେ ଘୋଷଣା ହୋଇସାରିଛି ।

ସେପଟେ ପଦମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ପରିବର୍ତ୍ତନ କରାଯାଇଛି। ପଦମପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ , ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ କମାଯାଇଛି।

ଭୋଟିଂ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ହେବ। ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସହମତି ପ୍ରକାଶ କରିଥିବାବେଳେ ନିର୍ବାଚନ ପ୍ରକ୍ରିୟା ନିୟମ ଅନୁସାରେ ହେଉଥିବା ଶାସକ ଦଳ କହିଛି ।

Leave A Reply

Your email address will not be published.