Odisha Link
Bridging the Missing Links in Odisha

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଶିକ୍ଷକ ସଂଘ

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି। ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଥିବାବେଳେ ସେଥିରୁ ବାଦ୍ ପଡିଛନ୍ତି ୧୮,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ। ବାଦ୍ ପଡ଼ିଥିବା ୧୮,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୦୧୬ ପୁର୍ବରୁ ଚାକିରି କରୁଥିବାରୁ ସେମାନେ ରେଗୁଲାର ଚାକିରିରୁ ବାଦ୍ ପଡ଼ିଛନ୍ତି।

ଏନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମନ୍ତ୍ରୀ ସମୀର ଦାସଙ୍କ ଘର ସାମ୍ନାରେ ସେକେଣ୍ଡାରୀ ସ୍କୁଲ ଟିଚର ଆସୋସିଏସନ୍ ଦାବି କରିବା ସହ ଠିକା ନିଯୁକ୍ତିର ଉଚ୍ଛେଦ କରିବାକୁ ପୁନର୍ବାର ଦାବି କରିଛି। ଆମକୁ ବି ନିୟମିତ କରାଯାଉ କହି ଦାବି କରିଛି ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ।

ସେମାନଙ୍କର ଦାବି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରେଗୁଲାରରୁ ବାଦ୍ ପଡ଼ିଥିବା ୧୮,୦୦୦ ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ନିୟମିତ କରନ୍ତୁ ଗଣଶିକ୍ଷା ବିଭାଗ। କୌଣସି ପାତର ଅନ୍ତର ଚଳିବ ନାହିଁ କହି ବିକ୍ଷୋଭ କରିଛି ଶିକ୍ଷକ ସଂଘ।

Leave A Reply

Your email address will not be published.