Odisha Link
Bridging the Missing Links in Odisha

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବା ଧମକ୍

ବିଧାୟକଙ୍କୁ ସିଧାସଳଖ ଧମକ ଆସିନାହିଁ କିନ୍ତୁ ସେ କହିଛନ୍ତି ରିଲାଏବଲ ସୋର୍ସ ଏବଂ ରେସ୍ପନସେବୁଲ ଏଜେନ୍ସିରୁ ତଥ୍ୟ ଆସିଛି । ଯେ ଜଣେ ଅଫିସର ଯିଏ କି ନିର୍ବାଚନ ମଣ୍ଡଳୀ ଦେଖୁଛନ୍ତି ସେ କୁଆଡେ କ୍ରିମିନାଲ ହାଏର୍ କରିଛି ତାଙ୍କୁ ରାସ୍ତାରୁ ହଟାଇଦେବାକୁ

ଓଏଲ୍ ବ୍ୟୁରୋ: ଷଡଯନ୍ତ୍ର ହେଉଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବାକୁ । ଏହି କଥା ନିଜେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେଉଁ ରାଜ୍ୟରେ ଆଇନ ନାହିଁ, ସେ ରାଜ୍ୟରେ କାହାକୁ ଭରସା କରି କରିହେବନି ।

ବିଧାୟକଙ୍କୁ ସିଧାସଳଖ ଧମକ ଆସିନାହିଁ କିନ୍ତୁ ସେ କହିଛନ୍ତି ରିଲାଏବଲ ସୋର୍ସ ଏବଂ ରେସ୍ପନସେବୁଲ ଏଜେନ୍ସିରୁ ତଥ୍ୟ ଆସିଛି । ଯେ ଜଣେ ଅଫିସର ଯିଏ କି ନିର୍ବାଚନ ମଣ୍ଡଳୀ ଦେଖୁଛନ୍ତି ସେ କୁଆଡେ କ୍ରିମିନାଲ ହାଏର୍ କରିଛି ତାଙ୍କୁ ରାସ୍ତାରୁ ହଟାଇଦେବାକୁ । ଏଥିପାଇଁ ସ୍ୱଚ୍ଛ ନିର୍ମଳ ଥିବା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଦୀପ।

ମୁଖ୍ୟମନ୍ତ୍ରୀଙ୍କ ଅଫିସ ଖରାପ ଭାବିବବୋଲି ଅଫିସର ମାନେ ଆମ ସହ କଥା ହୁଅନ୍ତିନାହିଁ ବୋଲି ବିଧାୟକ କହିଛନ୍ତି । ଗଣତାନ୍ତ୍ରିକ ଦେଶରେ ଜିଲ୍ଲାର ଦାୟିତ୍ବରେ ଥିବା ଅଫିସରମାନେ ବିଧାୟକଙ୍କ ସହ ଆଲୋଚନା ହେବା କଥା କିନ୍ତୁ କରୁନାହାନ୍ତି । ତେଣୁ ସେ ମରିଯିବି ପଛେ କାହାକୁ ଏଥିପାଇଁ ଅନୁରୋଧ ମାଗିବେ ନାହିଁ ବୋଲି କହିଛନ୍ତି।

ବିଧାୟକ କହିଛନ୍ତି ମାରିଦେବା ପାଇଁ ଧମକ ହେଉ କିମ୍ବା ମାରି ଦିଅନ୍ତୁ କିନ୍ତୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ହେବେ । ମୁଁ ଏବେ ଏକୁଟିଆ ଆସି ଯାଉଛି ମୋର ଡରିବାର ନାହିଁ । ମାଡ଼ ହେବାକୁ ଥିଲେ ହବ, ମୁଁ ମରିବାର ଅଛି ମରିବି କିନ୍ତୁ ମୋତେ, ମୋ ପରିବାର ଏବଂ ମୋ ୱାର୍କର ଯଦି କାହାର ବି କିଛି କ୍ଷତି ହୁଏ ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟର ଗୃହମନ୍ତ୍ରୀ ହିଁ ଦାୟୀ ରହିବେ ।

Leave A Reply

Your email address will not be published.