Odisha Link
Bridging the Missing Links in Odisha

ଅବସର ବେଉରିଆଙ୍କ ଦେହାନ୍ତ

ସେ ଜାପାନ, ରୁଷ, ଆମେରିକା, ୟୁଏଇ, ମ୍ୟାମାର, ମାଡାଗାସ୍କର ଓ ଶ୍ରୀଲଙ୍କା ଆଦି ଭାରତୀୟ ଦୂତାବାସରେ ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ପଦରେ କାର୍ଯ୍ୟ କରିଛନ୍ତି।

ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରଦୂତ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ଜଣାଶୁଣା ସ୍ତମ୍ଭକାର ଓ ଲେଖକ ଅବସର ବେଉରିଆ ଆଉ ନାହାନ୍ତି। ବୁଧ-ଗୁରୁ ମଧ୍ୟରୀତ୍ରିରେ ୮୦ ବର୍ଷ ବୟସ୍କ ଅବସର ପ୍ରାଣ ହରାଇଛନ୍ତି।

ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହୀଦନଗର ସ୍ଥିତ ତାଙ୍କ ବାସଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାୟ ରାତି ଗୋଟାଏରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର।

ଏବେ ତାଙ୍କର ମରଶରୀରକୁ ଆପୋଲୋ ହସ୍ପିଟାଲରେ ରଖଆଯାଇଛି। ତାଙ୍କର ସହଧର୍ମିଣୀ ତାଙ୍କ ସହ ଥିବାବେଳେ ରାଜ୍ୟ ବାହାରେ ରହୁଥିବା ତାଙ୍କ ଝିଅ ଭୁବନେଶ୍ୱରେ ଆଜି ପହଞ୍ଚିବେ।

ଜଣେ ଦକ୍ଷ ପ୍ରଶାସକ ଓ କୁଟନୀତିଜ୍ଞ ଭାବେ ଶ୍ରୀ ବେଉରିଆ ପ୍ରସିଦ୍ଧ ଥିଲେ। ସେ ଜାପାନ, ରୁଷ, ଆମେରିକା, ୟୁଏଇ, ମ୍ୟାମାର, ମାଡାଗାସ୍କର ଓ ଶ୍ରୀଲଙ୍କା ଆଦି ଭାରତୀୟ ଦୂତାବାସରେ ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ପଦରେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.