Odisha Link
Bridging the Missing Links in Odisha

ଜିଦରେ ଓକିଲ ସଂଘ , ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ବର୍ଜନ

ଓକିଲ ସଂଗଠନ କହିବା ଅନୁସାରେ ଯଦି ସୁପ୍ରିମକୋର୍ଟ କୌଣସି ଆଇନଜୀଵୀଙ୍କୁ ନିଲମ୍ବିତ କରେ ତେବେ ୧୬୦୦ ଆଇନଜୀଵୀ ନିଜର ଲାଇସେନ୍ସ ବର୍ଜନ କରିବେ

ଓଏଲ୍ ବ୍ୟୁରୋ : ବର୍ଷ ବର୍ଷ ହେବ ଲାଗିରହିଛି ଓକିଲ ସଂଘ ଆନ୍ଦୋଳନ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହୁଛନ୍ତି ଓକିଲ ସଂଘ।ଦୀର୍ଘଦିନ ଧରି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଲାଗିରହିଥିବାବେଳେ ସୁପ୍ରିମକୋର୍ଟ ଏହି ଘଟଣାକୁ ନେଇ ନିର୍ଦ୍ଦେଶ  ଦେଇଥିଲେ ଓକିଲ ସଂଘକୁ ।ସୁପ୍ରିମକୋର୍ଟ ଅନୁସାରେ ଯଦି ଏହି ଆନ୍ଦୋଳନକୁ ସେମାନେ ବନ୍ଦ ନ କରନ୍ତି ତେବେ ଓକିଲ ମାନଙ୍କର ଲାଇସେନ୍ସ ରଦ୍ଦ କରାଯିବ ।

ନ୍ୟାୟାଳୟର ଏହି ତାଗିଦ ପରେ ମଧ୍ୟ ଓକିଲ ସଂଘ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ଓକିଲ ସଂଗଠନ କହିବା ଅନୁସାରେ ଯଦି ସୁପ୍ରିମକୋର୍ଟ କୌଣସି ଆଇନଜୀଵୀଙ୍କୁ ନିଲମ୍ବିତ କରେ ତେବେ ୧୬୦୦ ଆଇନଜୀଵୀ ନିଜର ଲାଇସେନ୍ସ ବର୍ଜନ କରିବେ ।

ଜିଦରେ ଅଟଳ ଥିବା ସମ୍ବଲପୁର ଓକିଲ ସଂଘ କୌଣସି ଚାପ ଆଗରେ ମୁଣ୍ଡ ନୂଆଇଁବେ ନାହିଁ ଏବଂ ପୂର୍ବପରି ପ୍ରତି ବୁଧବାର କୋର୍ଟ ବର୍ଜନ ନିଷ୍ପତି ଜାରି ରହିବ । ହାଇକୋର୍ଟ ବେଞ୍ଚ ନେଇ ଆନ୍ଦୋଳନ ସେପର୍ଯ୍ୟନ୍ତ ଜାରି ରଖିବେ ଆଇନଜୀବୀ ଯେପର୍ଯ୍ୟନ୍ତ ଚୂଡାନ୍ତ ନିର୍ଦ୍ଦେଶ ଆଇନଜୀବୀଙ୍କ ସପକ୍ଷରେ ନ ହୋଇଛି ଏବଂ ସେମାନେ କୌଣସି ପରିସ୍ଥିତିରେ ପଛକୁ ହଟିବେ ନାହିଁ ।

Leave A Reply

Your email address will not be published.