Odisha Link
Bridging the Missing Links in Odisha

ଶନିବାର ବ୍ୟାଙ୍କ ଧର୍ମଘଟ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଶନିବାର। ଆପଣ ଯଦି କାଲି ପାଇଁ କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି ତେବେ ଆଜି ହିଁ କରି ନିଅନ୍ତୁ। କାରଣ ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ।

ଆଉଟସୋର୍ସିଂ ନିଯୁକ୍ତିକୁ ବିରୋଧ କରି ଏହି ଡାକରା ଦେଇଛି ସଂଘ। ଯାହାଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାରବାର ପ୍ରଭାବିତ ହୋଇପାରେ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଏହି ଧର୍ମଘଟରେ ଅଧିକାରୀମାନେ ସାମିଲ ହେଉ ନାହାନ୍ତି। ଜମା, ଉଠାଣ ଏବଂ ଚେକ୍‌ କ୍ଲିୟରାନ୍ସ ସେବା ପ୍ରଭାବିତ ହୋପାରେ ବୋଲି ଆଶଙ୍କା କରାଯାଉଛି।

ଧର୍ମଘଟ ଦ୍ବାରା ସମ୍ଭାବ୍ୟ ପ୍ରଭାବକୁ ନେଇ ବ୍ୟାଙ୍କ ଅଫ୍‌ ବରୋହା ଏବଂ ପଞ୍ଜାବ ଆଣ୍ଡ୍‌ ସିଣ୍ଡ୍‌ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ଏନେଇ ନିଜ ନିଜ ଗ୍ରାହକଙ୍କୁ ସୂଚିତ କରି ସାରିଛନ୍ତି। ଧର୍ମଘଟକୁ ନେଇ ଏଆଇବିଇଏ ସାଧାରଣ ସମ୍ପାଦକ ସି.ଏଚ୍‌. ଭେଙ୍କଟଚଲମ୍‌ କହିଛନ୍ତି ଯେ, କିଛି ବ୍ୟାଙ୍କଗୁଡ଼ିକ ଦ୍ବାରା ନିଯୁକ୍ତିର ଆଉଟ୍‌ସୋର୍ସିଂ କରାଯାଉଛି ଏହା ଗ୍ରାହକଙ୍କ ଗୋପନୀୟତା ଏବଂ ଟଙ୍କା କାରବାର ପ୍ରତି ବିପଦ। ଏହାକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି।

Leave A Reply

Your email address will not be published.