Odisha Link
Bridging the Missing Links in Odisha

ବିଜେପିର ସତ୍ୟାଗ୍ରହ

ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ବିଜେପି । ରାଜ୍ୟ ସରକାର ଚାଷୀ ମାରଣନୀତି ବନ୍ଦ କରନ୍ତୁ ଏବଂ ଚାଷୀଙ୍କୁ ତାଙ୍କ ବୀମା ଟଙ୍କା ସହ ସମସ୍ତ ସୁବିଧା ଦିଆଯାଉ।

ଓଏଲ୍ ବ୍ୟୁରୋ : ପଦ୍ମପୁର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗ। ଏନେଇ ବିଜେପିର ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ। ଚାଷୀ ପ୍ରସଙ୍ଗକୁ ନେଇ ବିଜେପିର ଆନ୍ଦୋଳନ ଆରମ୍ଭ।

ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ବିଜେପି।ରାଜ୍ୟ ସରକାର ଚାଷୀ ମାରଣନୀତି ବନ୍ଦ କରନ୍ତୁ ଏବଂ ଚାଷୀଙ୍କୁ ତାଙ୍କ ବୀମା ଟଙ୍କା ସହ ସମସ୍ତ ସୁବିଧା ଦିଆଯାଉ ବୋଲି ଦାବି ଜୋର ଧରିଛି ବିଜେପି । ଚାଷୀ ସବୁଠୁ ଅଧିକ ଅବହେଳିତ ହେଉଥିବା ଅଭିଯୋଗ କରି ବିଜେପି ଆନ୍ଦୋଳନ ଆରମ୍ଭ କରିଥିବାବେଳେ ବରିଷ୍ଠ ବିଜେପି ନେତାଙ୍କ ସହ କର୍ମକର୍ତ୍ତାମାନେ ଧାରଣାରେ ସାମିଲ ହୋଇଛନ୍ତି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପଦ୍ମପୁରର ଚାଷୀ । ୨୦୨୧ ମସିହାରେ ଫସଲ ବୀମା କରିଥିବା ଚାଷୀ କ୍ଷତିପୂରଣ ପାଇନଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି।ପଦ୍ମପୁର ଅଞ୍ଚଳରେ ଚାଷୀଙ୍କ ଆନ୍ଦୋଳନ ଆଜି ୧୮ଦିନରେ ପହଞ୍ଚିଛି। ଯଦି ଚାଷୀଙ୍କ କଥା ରାଜ୍ୟସରକାର ଯଥାଶୀଘ୍ର ନ ଶୁଣନ୍ତି ତେବେ ବିଜେପି ମଧ୍ୟ ନିଜର ଧାରଣା ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରଖିବ।

Leave A Reply

Your email address will not be published.