Odisha Link
Bridging the Missing Links in Odisha

ଲଞ୍ଚ୍ ହେଲା ଭାରତର ପ୍ରଥମ ପ୍ରାଇଭେଟ୍ ରକେଟ୍

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’ । ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି ।

ଓଏଲ୍ ବ୍ୟୁରୋ : ଇତିହାସ ରଚିଲା ଭାରତ। ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ଐତିହାସିକ ଦିନ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’। ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି।

ଅନ୍ତରୀକ୍ଷ କ୍ଷେତ୍ରରେ ଏହା ହେଉଛି ଦେଶର ପ୍ରଥମ ଘରୋଇ କ୍ଷେତ୍ରର ପ୍ରବେଶ। ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ବାରା ମହାକାଶ ଉଦ୍ୟୋଗ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ଅନୁମତି ଦିଆଯିବ ପରେ ସ୍କାଏରୁଟ୍ ଏରୋସ୍ପେସ ପ୍ରଥମ କମ୍ପାନୀ ଭାବେ ଏହି ସଫଳତା ହାସଲ କରିଛି। ଏହି ରକେଟର ନାମକରଣ କରାଯାଇଛି ଭାରତର ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମାନୁସାରେ। ଏହି ମିଶନର ନାମ ପ୍ରାରମ୍ଭ ରଖାଯାଇଥିବାବେଳେ ରକେଟ ବିକ୍ରମ-ଏସ୍ ତିନିଟି ସାଟେଲାଇଟ ନେଇ ମହାକାଶକୁ ଯାଇଛି । ଯାହା ମଧ୍ୟରୁ ଦୁଇଟି ଘରୋଇ ଓ ଗୋଟିଏ ବିଦେଶୀ ସାଟେଲାଇଟ ରହିଛି ।

ଆଜିର ଏହି ଲଞ୍ଚିଂ କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ । ଆଜିର ଦିନ ଦେଶ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ଜିତେନ୍ଦ୍ର । ଆଗରୁ ଏହା ନଭେମ୍ବର ୧୫ରେ ଏହି ଲଞ୍ଚିଂ ହେବାର ଥିଲା । ହେଲେ ଦୁଇ ଦିନ ପରେ ଏବେ ୧୮ ନଭେମ୍ବରରେ ଲଞ୍ଚିଂ କରାଯାଇଛି ।

Leave A Reply

Your email address will not be published.