Odisha Link
Bridging the Missing Links in Odisha

ରାଜନୀତିକୁ ଫେରିବେ ତଥାଗତ!

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ଅନ୍ୟପଟେ ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ ନେଇ ହେଉଛି ନା ନା ଚର୍ଚ୍ଚା। ୨୦୧୯ ମସିହାରୁ ରାଜନୀତିରୁ ଦୂରେଇ ରହିଥିବା ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଦେଇଥିବା ଏକ ବୟାନକୁ ନେଇ ଚର୍ଚ୍ଚା।

ରାଜନୀତିରୁ ସନ୍ନ୍ୟାସ ନେବେ ନା ରାଜନୀତିରେ ରହିବେ ନେଇ ସାମ୍ବାଦିକ ପ୍ରଶ୍ନ କରିଥିଲେ ତଥାଗତ ଶତପଥୀଙ୍କୁ। ସେ ଏହାର ଉତ୍ତରରେ କହିଥିଲେ ଯେ, ରାଜନୀତି ମୁଁ ଛାଡ଼ିଲେ, କ’ଣ ରାଜନୀତି ମୋତେ ଛାଡ଼ିବ? ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ତଥାଗତ ଶତପଥୀ କହିଛନ୍ତି।

୨୦୨୪ ସାଧାରଣ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ କି ନାହିଁ ପ୍ରଶ୍ନରେ ସେ କହିଥିଲେ ଯେ, ସବୁ କଥା ସବୁବେଳେ କୁହାଯାଏ ନାହିଁ। ସମୟ ଆସିଲେ ସବୁ କୁହାଯିବ। ଯଦି ଏବେ ମୁଁ ସବୁକଥା କହି ଦେବି ତେବେ ଆପଣ ମାନେ ମୋ ପାଖକୁ ଆଉ ଆସିବେ ତ ବୋଲି କହିଛନ୍ତି ତଥାଗତ। ଶେଷରେ ତଥାଗତ କହିଛନ୍ତି ଯେ, ମୁଁ ନିର୍ଦ୍ଦୋଷ। ମୋର କିଛି ଦୋଷ ନାହିଁ। ମୁଁ ନିରୀହ।

ତଥାଗତ ଶତପଥୀଙ୍କ ଏଭଳି ପଲିଟିକାଲ ଠାର ଏବେ ଚର୍ଚ୍ଚାର ବିଷୟର ପାଲଟିଛି। ରାଜନୀତିରୁ ଦୂରେଇ ରହିଥିବା ତଥାଗତଙ୍କ ଏଭଳି ମନ୍ତବ୍ୟ ଓଡ଼ିଶା ରାଜନୀତିରେ ଆଗାମୀ ଦିନରେ କିଛି ପ୍ରଭାବ ପକାଇ ପାରେ ବୋଲି କିଛି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି।

Leave A Reply

Your email address will not be published.