Odisha Link
Bridging the Missing Links in Odisha

ଚିଠିରେ ରାହୁଲ ଗାନ୍ଧିଙ୍କୁ ହତ୍ୟା ଧମକ, ଇନ୍ଦୋର ଥରାଇବାକୁ…

ଓଏଲ୍‌ ବ୍ୟୁରୋ: ଗୁଜୁରାଟ ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ। ଅନ୍ୟପଟେ ଭାରତୀୟ ଜନତା ପାର୍ଟିକୁ କାଉଣ୍ଟର କରିବା ପାଇଁ କଂଗ୍ରେସ କରୁଛି ଭାରତ ଯୋଡ଼ୋ ଯାତ୍ରା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମର ମଙ୍ଗ ଧରିଛନ୍ତି। ବର୍ତ୍ତମାନ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମ ମହାରାଷ୍ଟ୍ରରେ ଚାଲିଛି। ଏହାପରେ ନଭେମ୍ବର ୨୩ ତାରିଖରୁ ମଧ୍ୟପ୍ରଦେଶରେ ଆରମ୍ଭ ହେବ ଭାରତ ଯୋଡ଼ୋ ଯାତ୍ରା।

ଭାରତ ଯୋଡ଼ୋ ଯାତ୍ରା ମଧ୍ୟପ୍ରଦେଶ ପ୍ରବେଶ କରିବା ପୂର୍ବରୁ ମିଳିଛି ବୋମା ବିସ୍ଫୋରଣ ଧମକ। ସବୁଠୁ ବଡ଼କଥା ହେଲା ଧମକପୂର୍ଣ୍ଣ ଚିଠି ପଠାଯାଇଥିବା ଲଫାପାରେ ବିଜେପି ବିଧାୟକ ଚେତନ କଶ୍ୟପଙ୍କ ନାମ ଲେଖାଯାଇଛି। ଯାହାକୁ ନେଇ ମଧ୍ୟପ୍ରଦେଶ କଂଗ୍ରେସରେ ଚର୍ଚ୍ଚା ଲାଗି ରହିଛି। ଅନ୍ୟପଟେ ଚିଠିକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏହି ଚିଠିରେ କଂଗ୍ରେସ ରାଜ୍ୟ ସଭାପତି କମଲନାଥଙ୍କୁ ମଧ୍ୟ ଗୁଳି କରାଯିବ ବୋଲି ଧମକ ଦିଆଯାଇଛି। କମଲନାଥ ଏନେଇ କହିଛନ୍ତି ଯେ, ଯାତ୍ରାକୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଏହି ପ୍ରସଙ୍ଗରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି। ବିଜେପି କ୍ରୋଧିତ ହୋଇପଡ଼ିଛି ଏବଂ ସମସ୍ତ ପ୍ରକାର କୌଶଳ ଆପଣାଉଛି। ସୁରକ୍ଷା ବିଷୟ ପୁଲିସ ବୁଝିବ। ସମ୍ପୂର୍ଣ୍ଣ ସୁରକ୍ଷା ପୁଲିସ-ପ୍ରଶାସନ ହାତରେ।

Leave A Reply

Your email address will not be published.