Odisha Link
Bridging the Missing Links in Odisha

ପଦ୍ମପୁରରେ ନେତା, କଂଗ୍ରେସ ଭବନରୁ ଚୋରି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ମାଳ ମାଳ ନେତା ପଦ୍ମପୁରରେ ଡେରା ପକାଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ଭବନରୁ ଚୋରି ଅଭିଯୋଗ ହୋଇଛି।

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା କଂଗ୍ରେସ ରାଜ୍ୟ ପାର୍ଟି ଅଫିସରୁ ଏସି ଷ୍ଟାବିଲାଇଜର , ଲମ୍ବା ତାର ଓ ବହୁ ଆସବାବପତ୍ର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଭବନ ଅଫିସ୍‌ କନ୍‌ଚାର୍ଜ ବୈଦ୍ୟନାଥ ସ୍ବାଇଁ। ଏନେଇ କ୍ୟାପିଟାଲ ଥାନାରେ ଏକ ଏତଲା ଦେଇଛନ୍ତି ସେ ମଧ୍ୟ। ଏଥିସହିତ ପାର୍ଟି ଅଫିସ ନିକଟରେ ପୁଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରୁ ବୋଲି ସେ ଥାନାରେ ଅନୁରୋଧ କରିଛନ୍ତି।

ଚୋରି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, କଂଗ୍ରେସ ଦଳର ଲୋକେ ହିଁ ଚୋରି କରିଛନ୍ତି। କାରଣ ଅନ୍ୟ କେହି କଂଗ୍ରେସ ଭବନରେ ପଶିବାକୁ ସାହସ କରିବେନି। ଶରତ ପଟ୍ଟନାୟକଙ୍କୁ ଓ ଦଳକୁ ବଦନାମ କରିବାକୁ ଏପରି ଚୋରି କରାଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.