Odisha Link
Bridging the Missing Links in Odisha

ସଫେଇ ପରିଚାଳକଙ୍କୁ ଗାଳିଗୁଲଜ , ନିର୍ବାହୀ ଅଧିକାରୀଙ୍କ ଭିଡିଓ ଭାଇରାଲ୍

ବ୍ୟାସନଗର ନିର୍ବାହୀ ଅଧିକାରୀ ସଫେଇ ପରିଚାଳକଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି

ଓଏଲ୍ ବ୍ୟୁରୋ : ତଳିଆ କର୍ମଚାରୀଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରି ଧମକ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ଯାଜପୁର ଜିଲ୍ଲାରେ । ବ୍ୟାସନଗର ନିର୍ବାହୀ ଅଧିକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବ୍ୟାସନଗର ନିର୍ବାହୀ ଅଧିକାରୀ ସଫେଇ ପରିଚାଳକଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ପୂର୍ବରୁ ବ୍ୟାସନଗର ପୋୖରାଧକ୍ଷାଙ୍କ ଭିଡିଓ ଭାଇରାଲ ହେବ ପରେ ନିର୍ବାହୀ ଅଧିକାରୀଙ୍କ ଭିଡ଼ିଓ ଦେଖିବାକୁ ମିଳିଛି । ପୌରପାଳିକାର ସଫେଇ ପରିଚାଳକ ସୈଫିଉଦ୍ଦିନ ଖାନଙ୍କୁ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଦୁର୍ବ୍ୟବହାର କରିବା ସହ ଗଳାଧକ୍କା ଦେଇ ଜୋତାରେ ମାଡ ମାରିଥିବା ଅଭିଯୋଗ ହୋଇଛି ।

ସୈଫିଉଦ୍ଦିନ ଖାନ ଏ ନେଇ ଯାଜପୁର ରୋଡରେ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ସଫେଇ କର୍ମଚାରୀଙ୍କୁ ଅକ୍ଟୋବର ମାସର ଦରମା ଦିଆଯାଇନଥିଲା ଏବଂ ଏନେଇ ନିର୍ବାହୀ ଅଧିକାରୀଙ୍କୁ ପଚାରିବାକୁ ଯାଇଥିବା ବେଳେ ସଫେଇ ପରିଚାଳକ ସୈଫିଉଦ୍ଦିନଙ୍କୁ ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ପୋୖରାଧକ୍ଷା ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପଡୁଥିବା ଭିଡିଓ ଦେଖିବାକୁ ମିଳିଥିଲା ଏବଂ ଏନେଇ ଥାନାରେ ଏତଲା ଦେଇଥିଲେ ନିର୍ବାହୀ ଅଧିକାରୀ ଅଶୋକ ରାଉତ । ଦୁର୍ବ୍ୟବହାରର ଶିକାର ହୋଇଥିବା ଯେଉଁ ଅଧିକାରୀ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାକୁ ଯାଇଥିଲେ ସେହି ନିର୍ବାହୀ ଅଧିକାରୀ କିପରି ଜଣେ ସଫେଇ ପରିଚାଳକଙ୍କୁ ଗାଳିଗୁଲଜ କରୁଛନ୍ତି । ପୋୖରାଧକ୍ଷାଙ୍କ ଭିଡିଓ ସାମ୍ନାକୁ ଆସିବାପରେ ନିର୍ବାହୀ ଅଧିକାରୀ ଜଣେ ତଳିଆ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଧମକ ଦେଉଥିବା ଭିଡିଓ ଦେଖିବାକୁ ମିଳିଛି । ଭାଇରାଲ୍ ଭିଡିଓ ୨ଟିକୁ ନେଇ ବ୍ୟାସନଗରରେ ଯୋରଦାର ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.