Odisha Link
Bridging the Missing Links in Odisha

ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶାର ସ୍ଥାନ

ଗର୍ବ ଆଣିଦେଇଛି ଓଡିଶାକୁ ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନ। ଅନୁଷ୍ଠାନର ଗୌରବ ବଢାଇବା ସହିତ ରାଜ୍ୟର ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି ହେବ।

ଓଏଲ୍ ବ୍ୟୁରୋ : ରାଜ୍ୟର ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ମିଳିଛି ନୂତନ ପ୍ରେରଣା।ବିପିଏଫଟିଆଇ ଦେଲା ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରେରଣା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦ୍ୱାରା ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ଭାରତ ସରକାରଙ୍କ ଦ୍ୱାରା ୫୩ ତମ ସଂସ୍କରଣ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗୋଆ ଠାରେ ନଭେମ୍ବର ୧୮-୨୫ ମଧ୍ୟରେ ଅନୁଷ୍ଠିତ ହେଉଛି ।

ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନର ଛାତ୍ର ପ୍ରଜ୍ଞା ପ୍ରିୟଦର୍ଶନ ଭୋଇଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ବାପା’ ଏଡିଟିଂ ପାଇଁ ଏହି ମହୋତ୍ସବରେ ସ୍ଥାନ ପାଇଛି। ଅମର ଶତପଥୀଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଅସ୍ତରଗ’ ସାଉଣ୍ଡ ଡିଜାଇନ ପାଇଁ ୭୫ କ୍ରିଏଟିଭ ମାଇଣ୍ଡସ୍ ଅଫ୍ ଟୁମାରୋ ମନୋନୀତ ହୋଇଛି।ଏନେଇ ସେମାନଙ୍କୁ ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଗୋଆ ଯିବା ପାଇଁ ନିମନ୍ତ୍ରଣ ଆସିଛି।

ଗର୍ବ ଆଣିଦେଇଛି ଓଡିଶାକୁ ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଅନୁଷ୍ଠାନ। ଅନୁଷ୍ଠାନର ଗୌରବ ବଢାଇବା ସହିତ ରାଜ୍ୟର ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି ହେବ। ଅନୁଷ୍ଠାନର ଶିକ୍ଷକ ଓ ସହକର୍ମୀମାନେ ଆଶା କରିଛନ୍ତି ନୂତନ ପୀଢିର ଆସୁଥିବା ଛାତ୍ର ଛାତ୍ରୀମାନଙ୍କୁ ପ୍ରଭାବିତ କରିବ।ଏହି ସମ୍ମାନ ଚଳଚ୍ଚିତ୍ର ଜଗତରେ ପ୍ରେରଣା ଦେବାସହ ଅନୁଷ୍ଠାନର ବିଗତ ଛାତ୍ରଛାତ୍ରୀଙ୍କୁ ଆହୁରି ଭଲ ଚଳଚ୍ଚିତ୍ର ଗଠନ ପାଇଁ ପ୍ରେରଣା ଦେବ।ଏହି ପ୍ରେରଣା ଜାତୀୟ ସ୍ତରରେ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ସହ ରାଜ୍ୟକୁ ଚଳଚ୍ଚିତ୍ର କ୍ଷେତ୍ରରେ ଆହୁରି ଗୌରବ ଆଣିଦେବ।

Leave A Reply

Your email address will not be published.