Odisha Link
Bridging the Missing Links in Odisha

ନିଜ ଦାବିରେ ଅଟଳ ଅଙ୍ଗନବାଡି କର୍ମୀ, ସରକାରଙ୍କ ଚେତାବନୀକୁ କଲେ ପ୍ରତ୍ୟାହାର

କୌଣସି ସୁବିଧା ତଥା ଅବସରକାଳୀନ ସହାୟତା ରାଶି ବୃଦ୍ଧି ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗରେ ଅଙ୍ଗନୱାଡି କର୍ମୀ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବେ ।

ଓଏଲ୍ ବ୍ୟୁରୋ : ପୁଣି ଆଉ ଥରେ ଲୋୟର ପିଏମଜିରେ ହେବ ବିଶାଳ ରାଲି । ନିଜ ଦାବିରେ ଅଟଳ ରହିଛି ଅଙ୍ଗନବାଡି କର୍ମଚାରୀ ସଂଘ । ସରକାରଙ୍କ ଚେତାବନୀ ସତ୍ୱେ ଅଙ୍ଗନବାଡି ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଘୋଷଣା କରିଛି ।

ଯଦି ସରକାର ତାଙ୍କର ଦାବି ପୁରଣ ନ କରନ୍ତି ତେବେ ଆନ୍ଦୋଳନ ତେଜିବ ବୋଲି ସୂଚନା ମିଳିଛି । ରାଜ ରାସ୍ତାକୁ ଓଲ୍ହାଇବେ ଅଙ୍ଗନୱାଡି କର୍ମୀ ନିଜର ହକ୍ ପାଇବା ପାଇଁ ଏବଂ ଦାବିପୂରଣ ହେବା ଯାଏଁ ନିଜର ଜିଦରେ ଅଟଳ ରହିବେ। ଅଙ୍ଗନବାଡି କର୍ମଚାରୀ ମହାସଂଘର ରାଷ୍ଟ୍ରୀୟ ସମ୍ପାଦିକା କହିଛନ୍ତି ସରକାର ଯଦି ଦାବି ପୂରଣ କରିଦିଅନ୍ତି ତେବେ ଆନ୍ଦୋଳନର କୌଣସି ଆବଶ୍ୟକତା ନାହିଁ । ତେବେ ସେ ଏହା ମଧ୍ୟ କହିଛନ୍ତି ସରକାର ଭଲରେ ସେମାନଙ୍କ ଦାବି ନ ଶୁଣି ଆନ୍ଦୋଳନ କରିବାକୁ ବାଧ୍ୟ କରୁଛନ୍ତି ।

କୌଣସି ସୁବିଧା ତଥା ଅବସରକାଳୀନ ସହାୟତା ରାଶି ବୃଦ୍ଧି ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗରେ ଅଙ୍ଗନବାଡି କର୍ମୀ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବେ । ଏହି ଡାକରାକୁ ଦୃଷ୍ଟିରେ ରଖି ସରକାର ବି ଚେତାବନୀ ଦେଇଥିବାବେଳେ ଯଦି କୌଣସି କର୍ମଚାରୀ ଆନ୍ଦୋଳନରେ ସାମିଲ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଚେତାବନୀକୁ ପ୍ରତ୍ୟାହାର କରିବାର ସୂଚନା ମିଳିଥିବାରୁ ଏହି ଦାବି କେତେ ସମୟ ଜାରି ରହିବ ଏବଂ ସରକାର ଏହା ପାଇଁ କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.