Odisha Link
Bridging the Missing Links in Odisha

ଇଣ୍ଡୋନେସିଆରେ ଭୂମିକମ୍ପ : ୧୬୦ ଟପିଲା ମୃତ୍ୟୁ ସଂଖ୍ୟା, ହଜାର ହଜାର ଘର ଧ୍ବଂସ

ଓଏଲ୍‌ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଛାରଖାର ହେଲା ଇଣ୍ଡୋନେସିଆର ବଡ଼ ଦ୍ବୀପ ଜାଭା। ହଜାର, ହଜାର ଘର ଧ୍ବଂସ ହୋଇଥିବା ବେଳେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରହିଛି। ଏନେଇ ଜାଭା ରାଜ୍ୟପାଳ ରିଦ୍‌ଓ୍ବାନ କାମିଲ୍‌ ସୂଚନା ଦେଇଛନ୍ତି।

ସବୁଠୁ ବଡ଼କଥା ହେଲା ହଜାର ହଜାର ଘର ଭାଙ୍ଗିରୁଜି ଯାଇଛି। ଧ୍ବଂସସ୍ତୂପ ତଳେ ଏବେ ବି ଅନେକ ଲୋକ ଫସି ରହିଛନ୍ତି। ଲୋକଙ୍କ ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଭୂକମ୍ପ ପରେ ଭୂସ୍ଖଳନ ଯୋଗୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବୁଲଡୋଜର ଜରିଆରେ ସେଗୁଡ଼ିକୁ ଠିକ୍‌ କରାଯାଉଛି। ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ଏଥିପାଇଁ ଡାକ୍ତରଖାନାରେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ଯଦିଓ ଆଂଶିକଭାବେ ବିଜୁଳି ଆସିଛି ତଥାପି ଏହା ଜେନେରେଟର କିମ୍ବା ପାୱାର ଗ୍ରିଡ୍‌ ଦ୍ବାରା ସମ୍ଭବ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ଅନେକ ବ୍ୟକ୍ତି ଏବେ ବି ଭଙ୍ଗା ଘର ତଳେ ଚାପି ହୋଇ ରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଦୋକାନ, ଡାକ୍ତରଖାନା ଏବଂ ଇସଲାମୀୟ ବୋର୍ଡିଂ ବିଦ୍ୟାଳୟଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଘରର ଛାତ ଖସିପଡ଼ିବା ସହିତ ରାସ୍ତାରେ ଭଙ୍ଗା ଘରର ଅଂଶ ପଡ଼ିଛି। ଅସ୍ଥାୟୀ ଟେଣ୍ଟ ବନ୍ଧାଯାଇ ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି।

Leave A Reply

Your email address will not be published.