Odisha Link
Bridging the Missing Links in Odisha

ବିଜେପି ବିଧାୟକଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ

ଓଏଲ୍‌ ବ୍ୟୁରୋ: ବିଜେପି ବିଧାୟକଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼। କର୍ଣ୍ଣାଟକରେ ହୋଇଥିବା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ କର୍ଣ୍ଣାଟକର ଜଣେ ବିଜେପି ବିଧାୟକ। ମୁଡିଗରେ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା କୁମାରସ୍ବାମୀ ଏମ୍‌ପିଙ୍କୁ ଚିକ୍କମଗାଲୁରୁ ଜିଲ୍ଲାର କୁଣ୍ଠୁର ଇଷ୍ଟେଟ୍‌ ନିକଟରେ ଗ୍ରାମବାସୀ ମିଶି ନିସ୍ତୁକ ପିଟିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଗାଁରେ ଲଗାତାର ଭାବେ ହାତୀ ଆକ୍ରମଣ ଯୋଗୁଁ ଧନ ଜୀବନ ନଷ୍ଟ ହେଉଛି। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏଦିଗରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ହେଉନାହିଁ। ଯାହାଫଳରେ ଲୋକେ ଉତ୍ୟକ୍ତ ହୋଇ ଏଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।

ଅପରପକ୍ଷେ ବିଧାୟକ କହିଛନ୍ତି, ଏହା ତାଙ୍କ ଉପରେ ଏକ ସଙ୍ଗଠିତ ଆକ୍ରମଣ ହୋଇଛି ଏବଂ ପୁଲିସ ମଧ୍ୟ ତାଙ୍କୁ ସାହାଯ୍ୟ କରିନି। ମାଡ଼ ଖାଇଥିବା ବିଧାୟକଙ୍କ ସାର୍ଟ ଚିରି ଯାଇଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି। ବିଧାୟକ କହିଛନ୍ତି, ତାଙ୍କ ଉପ‌ରେ ଯେଉଁ ଆକ୍ରମଣ ହୋଇଛି ତାହା ପୂର୍ବ ପ୍ରାୟୋଜିତ।

Leave A Reply

Your email address will not be published.