Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ସହାୟକ

ଲାଞ୍ଚ ନେଲା ବେଳେ ରାଜସ୍ବ ସହାୟକଙ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ଭିଜିଲାନ୍ସ।

ଓଏଲ୍ ବ୍ୟୁରୋ: ଜମିପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ରାଜସ୍ୱ ସହାୟକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିଲେ।

ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ ଘରବାଡ଼ି ପଟା କାଗଜପତ୍ର କରେଇବା ପାଇଁ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ବ୍ୟକ୍ତି ଜଣକ ହେଉଛନ୍ତି ଗଂଜାମ ଜିଲ୍ଲା କୋଦାଳ ତହସିଲ ଅନ୍ତର୍ଗତ ବି.ନୂଆଗାଁ ଗ୍ରାମର ଦଣ୍ଡପାଣି ସାହୁ। ସେ ନିଜର ଜମିବାଡ଼ି ପଟା ପାଇଁ ତହସିଲ ଦ୍ୱାରସ୍ଥ ହୋଇଥିବାବେଳେ ତହସିଲର ସହାୟକ ଦଣ୍ଡପାଣିଙ୍କୁ ଘରବାଡ଼ି ପଟା କରିବା ପାଇଁ ୬ହଜାର ତାଙ୍କ ଲାଞ୍ଚ ମାଗିଥିଲେ।

ଦଣ୍ଡପାଣି ଏହି ଲାଞ୍ଚ ଅଭିଯୋଗ ନେଇ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ ଏବଂ ଯେତେବେଳେ ଦଣ୍ଡପାଣିଙ୍କଠୁ ୬ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ରାଜସ୍ବ ସହାୟକ। ଲାଞ୍ଚ ନେଲା ବେଳେ ରାଜସ୍ବ ସହାୟକଙ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ଭିଜିଲାନ୍ସ। ରାଜସ୍ବ ସହାୟକ ସଞ୍ଜୟ ସେଠୀ କୁ ଭିଜିଲାନ୍ସ ଗିରଫ କରିବା ସହ ବ୍ରହ୍ମପୁର ଥାନା ଆଣିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.