Odisha Link
Bridging the Missing Links in Odisha

ବିଧାନସଭା: ପଦ୍ମପୁରରେ ଅର୍ଥମନ୍ତ୍ରୀ, ଅତିରିକ୍ତ ବଜେଟ୍‌ ଉପସ୍ଥାପନ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ଉପନିର୍ବାଚନ ପାଇଁ ବ୍ୟସ୍ତ ଥିବାରୁ ପଞ୍ଚାୟତିରାଜ ମନ୍ତ୍ରୀ ବଜେଟ ଉପସ୍ଥାପନ କରିଥିଲେ। ଯାହାକି ଓଡ଼ିଶା ବିଧାନସଭାରେ ନୂଆ ଏକ ପରମ୍ପରା ସୃଷ୍ଟି କରିଛି ।

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ହିଁ ୨୦୨୨-୨୩ ବର୍ଷ ଲାଗି ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହୋଇଛି। ମୋଟ ୧୬ ହଜାର ୮୦୦ ଟଙ୍କା ଅତିରିକ୍ତ ଖର୍ଚ୍ଚ ଦାବିକୁ ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍‌ ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ଉପନିର୍ବାଚନ ପାଇଁ ବ୍ୟସ୍ତ ଥିବାରୁ ପଞ୍ଚାୟତିରାଜ ମନ୍ତ୍ରୀ ବଜେଟ ଉପସ୍ଥାପନ କରିଥିଲେ। ଯାହାକି ଓଡ଼ିଶା ବିଧାନସଭାରେ ନୂଆ ଏକ ପରମ୍ପରା ସୃଷ୍ଟି କରିଛି ।

ବିଧାନସଭାରେ ଆଗତ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଅନୁସାରେ ପ୍ରଶାସନିକ ବ୍ୟୟ ବାବଦରେ ୪୯୩୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୯୨୦୦କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାଦରେ ୨୬୧୦.୪୬ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୫୫.୫୪କୋଟି ଟଙ୍କାର ଏଭଳି ମୋଟ ୧୬୮୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

୨୦୨୧ ଖରିଫ ଫସଲ କ୍ଷୟକ୍ଷତିରେ ପ୍ରଭାବିତ ଚାଷୀଙ୍କୁ ସହାୟତା ଦେବା ନିମନ୍ତେ ୨୦୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସେହିପରି ପ୍ରଶାସନିକ ବ୍ୟୟ ବାବଦରେ ମୋଟ ୪୯୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଥିରୁ ବଜେଟ୍ ସ୍ଥିରୀକରଣ ପାଣ୍ଠି ପାଇଁ ୩୭୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି କାର୍ଯ୍ୟକ୍ରମ ବ୍ୟୟ ବରାଦରେ ମୋଟ ୯୨୦୦କୋଟି ଟଙ୍କା ମଧ୍ୟରୁ ୭୧୩୪ କୋଟି ଟଙ୍କାକୁ ଅତିରିକ୍ତ ରାଜସ୍ୱ ତଥା ବିଭିନ୍ନ ବିଭାଗର ଅର୍ଥ ସର୍ମପଣରୁ ଭରଣା କରାଯିବ ଏବଂ ବାକି ୨୦୬୬କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ମିଳିବ ।

ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୦୮୪କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି ଟଙ୍କା, ଅଣସରକାରୀ କଲେଜକୁ ଅନୁଦାନ ପାଇଁ ୧୩୫କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୧ କୋଟି ଉଚ୍ଚଶିକ୍ଷା ବିଭାଗରେ ସ୍କଲାରସିପ ପାଇଁ ୨୬କୋଟି, କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ୫୦୮କୋଟି, ଓଡ଼ିଶା ରାଜ୍ୟ ସ୍ୱୟଂ ନିଯୁକ୍ତ ମିଶନ ପାଇଁ ୨୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

Leave A Reply

Your email address will not be published.