Odisha Link
Bridging the Missing Links in Odisha

କାର୍ତ୍ତିକେଶ୍ବର ଭସାଣିରେ ବାଣ ଫୁଟି ୩୦ ଆହତ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ ବଡ଼ଧରଣର ଅଘଟଣ। କାର୍ତ୍ତିକେଶ୍ବର ଭସାଣି ଉତ୍ସବରେ ବାଣ ଫୁଟି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୬ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଥିବା ସୂଚନା। ପ୍ରଥମେ ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ୨୦ରୁ ଅଧିକ ଆହତଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଭସାଣିରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଣର ବିସ୍ଫୋରଣ ପରେ ନିଆଁ ଯାଇ ବାଣୁଆ ଷ୍ଟକ୍ ରଖିଥିବା ବାଣ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିଥିଲା। ଏହା ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ପଡ଼ିଥିଲା। ଏଥିରେ ୩୦ରୁ ଧିକ ଲୋକ ଆହତ ହୋଇଥିଲେ।

ବିସ୍ଫୋରଣରେ କାହାର ହାତ ପୋଡ଼ି ଯାଇଥିଲା ତ କାହାର ମୁହଁ ଅଥବା ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। କେତେକଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ସ˚କଟାପନ୍ନ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.