Odisha Link
Bridging the Missing Links in Odisha

ଆଜିଠୁ ଶୀତ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ସରକାରୀ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ସଜବାଜ। ଶୀତ ଅଧିବେଶନକୁ ଗରମ କରିବା ପାଇଁ ଅର୍ଚ୍ଚନା ନାଗ ପ୍ରସଙ୍ଗ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି ।

ଆଜିଠୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ। ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ଏହି ଅଧିବେଶନରେ କୋଭିଡ୍‌ କଟକଣା ଉଠାଇ ଦିଆଯାଇଛି। କୋଭିଡ୍‌ ପୂର୍ବରୁ ଯେପରି ଗୃହ କାର୍ଯ୍ୟ ଚାଲୁଥିଲା, ଏବେ ସେହିପରି ଚାଲିବ।

ଆଜି ବିଧାନସଭା ଆରମ୍ଭରେ ପ୍ରଥମେ ଦିବଂଗତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଗୃହର ସଦସ୍ୟ ଥାଇ ବିଧାୟକ ବିଜୟରଞ୍ଜନ ସିଂ ବରିହା ଓ ବିଷ୍ଣୁଚରଣ ସେଠୀଙ୍କର ପରଲୋକ ଘଟିଥିବାବେଳେ ପୂର୍ବତନ ସଦସ୍ୟ ଭାବେ ଗୋଲକ ନାୟକ, କପିଳ ତିଓ୍ୱାରି, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କୁ ବି ଦିଆଯିବ ଶ୍ରଦ୍ଧାଞ୍ଜଳି।

Leave A Reply

Your email address will not be published.