Odisha Link
Bridging the Missing Links in Odisha

ଦିନିକିଆ ସିରିଜ: ନ୍ୟୁଜିଲ୍ୟାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଭାରତ

ଓଏଲ୍‌ ବ୍ୟୁରୋ : ଅକ୍‌ଲ୍ୟାଣ୍ଡରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳକୁ ୩୦୭ ରନର ବିଜୟ ଲକ୍ଷ୍ୟ ଦେଇଛି । ଶିଖର ଧାଓ୍ବନ, ଶୁବମନ ଗିଲ୍‌ ଓ ଆୟରଙ୍କ ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୩୦୬ ରନ୍‌ କରିଛି ଟିମ୍‌ ଇଣ୍ଡିଆ ।

ଟସ୍‌ ଜିତି ଘରୋଇ ଦଳ ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଶିଖର ଧାୱନ ଓ ଶୁବମନ ଗିଲ୍ ଇନିଂସ ଓପନ୍ କରିଥିଲେ। ଦୁହେଁ ବଢ଼ିଆ ଖେଳିଥିଲେ। ସେମାନଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା। ଦଳର ପ୍ରଥମ ୱିକେଟ୍ ୨୩.୧ ଓଭରରେ ପଡ଼ିଥିଲା। ୬୫ଟି ବଲ୍‌ରୁ ୫୦ ରନ୍ କରି ଶୁବମନ ଗିଲ୍‌ ଆଉଟ୍ ହୋଇଥିଲେ। ଲୋକି ଫର୍ଗୁସନ୍‌ଙ୍କ ବଲ୍‌ରେ ଡେଭନ କନୱେଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୧୨୪ରେ ପହଞ୍ଚିଥିଲା। ଏହାପରେ ୨୫ ତମ ଓଭରରେ ଭାରତକୁ ଲାଗିଥିଲା ଜୋରଦାର ଝଟକା ।

ଏହାପରେ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ସଅଳ ଆଉଟ୍‌ ହୋଇଥିଲେ। ଏହାପରେ ଶ୍ରେୟସଙ୍କ ସାଥ ଦେଇଥିଲେ ସଞ୍ଜୁ ସାମସନ୍। ପରେ ଇନିଂସ୍‌ର ଶେଷ ଆଡ଼କୁ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ଦମଦାର ବ୍ୟାଟିଂ ବଳରେ ୩୦୦ ରନ୍‌ ପାରି କରିପାରିଥିଲା ଭାରତ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ ଫର୍ଗୁସନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆଦାମ ମିଲନେ ଗୋଟିଏ ୱିକେଟ୍ ନେଇଥିଲେ।

Leave A Reply

Your email address will not be published.