Odisha Link
Bridging the Missing Links in Odisha

‘ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍’

ମେଟ୍ରୋ ଟ୍ରେନ୍‌ ପାଇଁ ସରକାର କୌଣସି ବି ପ୍ରସ୍ତାବ ପଠାଇ ନାହାନ୍ତି।

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ବଡ଼ ଖବର। ବିଶ୍ବପ୍ରସିଦ୍ଧ ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌। ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନ୍‌କ୍ଲେଭରେ ଯୋଗ ଦେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଜଗନ୍ନାଥ ଏକ୍ସପ୍ରେସ୍‌ ଦ୍ବାରା ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ଓ ରାଜ୍ୟର ସଂସ୍କୃତି ବିଶ୍ବସ୍ତରରେ ପହଁଞ୍ଚିବ। ଯେଉଁଠି ଓଡ଼ିଶାର ଭାଇଚାରା ଓ ଓଡ଼ିଆ ଖାଦ୍ୟ ପାଇବେ ଯାତ୍ରୀ। ଏହା ସହ ଓଡ଼ିଶାକୁ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍ ବୋଲି ଅଶ୍ୱିନୀ ବୈଷ୍ଣବ ଆଉ ଏକ ବଡ଼ ଘୋଷଣା କରିଛନ୍ତି।

ଏହାପରେ ଉପସ୍ଥାପକ ରେଳ ମନ୍ତ୍ରୀଙ୍କୁ ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ଚାଲି ପାରିବ ନା ନାହିଁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀ ବୈଷ୍ଣବ କହିଥିଲେ ଯେ, ମେଟ୍ରୋ ଟ୍ରେନ୍‌ ପାଇଁ ସରକାର କୌଣସି ବି ପ୍ରସ୍ତାବ ପଠାଇ ନାହାନ୍ତି। ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ନିଶ୍ଚିତ ସହଯୋଗ କରିବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ।

ସୂଚନା ଥାଉକି, ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଗଡ଼ିବା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱର-କଟକରେ ମେଟ୍ରୋ ରେଲ୍ ସିଷ୍ଟମ୍ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ୱର ସାଂସଦ । ଟ୍ୱିନ୍ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋର ଆବଶ୍ୟକତା ରହିଥିବା ଚିଠିରେ ଦର୍ଶାଇଥିଲେ ଅପରାଜିତା । ମେଟ୍ରୋ ରେଲ୍ ପଲିସି-୨୦୧୭ ଅନୁସାରେ ଟ୍ୱିନ୍ ସିଟିରେ ସୁବିଧାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଡିପିଆର ପ୍ରସ୍ତୁତ କରି ଏମଓଏଚୟୁଏକୁ ତୁରନ୍ତ ପଠାନ୍ତୁ ବୋଲି ସାଂସଦ କହିଥିଲେ ।

Leave A Reply

Your email address will not be published.