Odisha Link
Bridging the Missing Links in Odisha

ଆଇଟି ଓ ଜିଏସ୍‌ଟି ଚଢ଼ାଉକୁ ବିରୋଧ, ଆସନ୍ତାକାଲି ପଦ୍ମପୁର ବନ୍ଦ

ଓଏଲ୍‌ ବ୍ୟୁରୋ : ବପଦ୍ମପୁର ଉପନିର୍ବାଚନ ମତଦାନ ତାରିଖ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ଆଇଟି ଓ ଜିଏସ୍‌ଟି ଚଢ଼ାଉକୁ ବିରୋଧ କରି ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ।

ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜିଏସଟି ରେଡ୍, ଆଇଟି ରେଡ୍ କରାଯିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ରାଜନୈତିକ ଆକ୍ରୋଶ ରଖି ଏଭଳି ହଇରାଣ କରାଯାଉଛି। ଯେଉଥିପାଇଁ ବନ୍ଦ ଡାକରା ଦେଇଛୁ। ରାଜନୀତି ସହ ବ୍ୟବସାୟୀଙ୍କର କୌଣସି ସମ୍ପର୍କ ନାର୍ହି। କିନ୍ତୁ ଅନୈତିକ ଭାବେ ଜିଏସଟି ରେଡ୍ କରାଯିବାକୁ କଦାପି ବରଦାସ୍ତ କରାଯିବ ନାହିଁ। ଆସନ୍ତାକାଲି ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ଗାଡ଼ି ମୋଟର ଚଳାଚଳ ସ୍ୱାଭାବିକ ରହିବ ବୋଲି ସେ କହିଛନ୍ତି।

ଆଜି ଭୋର ସମୟରୁ ପଦ୍ମପୁର ନିର୍ବାଚନମଣ୍ଡଳୀର ୩ ପ୍ରତିଷ୍ଟିତ ବ୍ୟବସାୟୀଙ୍କ ବାସଭବନରେ ସିଆରପିଏଫ ଉପସ୍ଥିତିରେ ଆଇଟି ରେଡ୍ ହୋଇଥିଲା। ଏହାପରେ ସନ୍ଧ୍ୟାରେ ୭ ଜଣ ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ବିଭାଗ ଚଢ଼ାଉ କରିଥିଲା।

Leave A Reply

Your email address will not be published.