Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ, ଆନ୍ଦୋଳନକାରୀ ଓକିଲଙ୍କ ବାତିଲ ହେବ ଲାଇସେନ୍ସ

ସୁପ୍ରିମକୋର୍ଟ ବାର୍ କାଉନସିଲକୁ ନିର୍ଦ୍ଦେଶ ଦେଇଛି ଆନ୍ଦୋଳନକାରୀ ଓକିଲଙ୍କ ବାତିଲ କରିବାକୁ ଲାଇସେନ୍ସ।

ଓଏଲ୍ ବ୍ୟୁରୋ : ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟର ବଡ ନିଷ୍ପତି। ଦୀର୍ଘଦିନ ହେବ ଲାଗିରହିଛି ଓକିଲ ଆନ୍ଦୋଳନ। ଓକିଲମାନେ ସେମାନଙ୍କ ଦାବି ନେଇ ଆନ୍ଦୋଳନ କରୁଥିବାବେଳେ ପୂର୍ବରୁ ସୁପ୍ରିମକୋର୍ଟ ଏହି ଆନ୍ଦୋଳନପାଇଁ ଚେତାବନୀ ଦେଇଥିଲେ। ଆଜି ଏହି ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କଠୋର ହେଲେ ସୁପ୍ରିମକୋର୍ଟ। କୋର୍ଟ ନିର୍ଦ୍ଦେଶ ଅନୁସାରେ ଆନ୍ଦୋଳନରୁ ନ ଓହରିଲେ ବାତିଲ ହେବ ଲାଇସେନ୍ସ। ସୁପ୍ରିମକୋର୍ଟ ବାର୍ କାଉନସିଲକୁ ନିର୍ଦ୍ଦେଶ ଦେଇଛି ଆନ୍ଦୋଳନକାରୀ ଓକିଲଙ୍କ ବାତିଲ କରିବାକୁ ଲାଇସେନ୍ସ।

କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନ କାରୀଙ୍କୁ ଗିରଫ ମଧ୍ୟ କରାଯିବ ଯାହା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି। ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନ ତ୍ୟାଗ କରି ତୁରନ୍ତ କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁପ୍ରିମକୋର୍ଟର ଚେତାବନୀ ଥିଲା ଯଦି ଆନ୍ଦୋଳନକାରୀ ଓକିଲମାନେ ତୁରନ୍ତ କାର୍ଯ୍ୟାକୁ ନ ଫେରିବେ ତେବେ ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରିଦିଆଯିବ। ଆନ୍ଦୋଳନକାରୀ ସୁପ୍ରିମକୋର୍ଟର ଏହି ଚେତାବନୀକୁ ତ୍ୟାଗ କରି ଆନ୍ଦୋଳନ ଜାରି ରଖିଥିଲେ ଏବଂ କହିଥିଲେ ଯଦି ସୁପ୍ରିମକୋର୍ଟ କାହାର ଗୋଟେ ଲାଇସେନ୍ସ ରଦ୍ଦ କରେ ତେବେ ପୁରା ଓକିଲ ସଂଘ ନିଜର ଲାଇସେନ୍ସ ତ୍ୟାଗ କରିବ। ହେଲେ ଆଜି କଠୋର ହେଲେ ସୁପ୍ରିମକୋର୍ଟ ଓ ଆନ୍ଦୋଳନକାରୀ ଓକିଲଙ୍କ ବାତିଲ ହେବ ଲାଇସେନ୍ସ ।

Leave A Reply

Your email address will not be published.