Odisha Link
Bridging the Missing Links in Odisha

ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ

ଓଏଲ୍‌ ବ୍ୟୁରୋ: ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ମିଳିଲାନି ଜାମିନ୍‌। ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ। ଭୁବନେଶ୍ବର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତ ୨୮ ତାରିଖରେ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ହୋଇଥିଲା ଉଭୟ ପକ୍ଷରୁ ଶୁଣାଣି । ଶେଷରେ ବୁଧବାର ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।

ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାସାମ୍ରାଜ୍ୟରେ ବ୍ୟବହୃତ କଳା ଟଙ୍କାର ଖିଅ ଖୋଜୁଛି ଇଡି। ଏହିକ୍ରମରେ ଏବେ ନାଗ ଦମ୍ପତ୍ତିଙ୍କୁ ରିମାଣ୍ଡରେ ନେଇପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଇଡି ପକ୍ଷରୁ କୋର୍ଟରେ ୧୦ ଦିନିଆ ରିମାଣ୍ଡ ଆବେଦନ ହୋଇପାରେ।

Leave A Reply

Your email address will not be published.