Odisha Link
Bridging the Missing Links in Odisha

ଦିଲ୍ଲୀ ଏମ୍ସ ସାଇବର ସୁରକ୍ଷା ଅବହେଳା, ୨ କର୍ମଚାରୀ ନିଲମ୍ବିତ

ଘଟଣାରେ ସମ୍ପୃକ୍ତ ୨ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସାଇବର ସୁରକ୍ଷାରେ ଅବହେଳା ହେବାରୁ ନିଲମ୍ବିତ କରାଯାଇଥିବା ବିଶେଷ ତଥ୍ୟରୁ ସୂଚନା ମିଳିଛି

ଓଏଲ୍ ବ୍ୟୁରୋ: ଦିଲ୍ଲୀ ଏମ୍ସ ସର୍ଭର ଡାଉନ ମାମଲା। ୮ ଦିନ ତଳେ ଦିଲ୍ଲୀ ଏମ୍ସ ରେ ହୋଇଥିଲା ବଡ ଧରଣର ସାଇବର ଆକ୍ରମଣ ଯାହାଦ୍ୱାରା ବର୍ତମାନ ପର୍ଯ୍ୟନ୍ତ ସର୍ଭର ଡାଉନ ଥିବାର ସୂଚନା ମିଳିଛି। ଘଟଣାରେ ସମ୍ପୃକ୍ତ ୨ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସାଇବର ସୁରକ୍ଷାରେ ଅବହେଳା ହେବାରୁ ନିଲମ୍ବିତ କରାଯାଇଥିବା ବିଶେଷ ତଥ୍ୟରୁ ସୂଚନା ମିଳିଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ବଡ ଧରଣର ସାଇବର ଆକ୍ରମଣ ପରେ ଦିଲ୍ଲୀ ଏମ୍ସର ସର୍ଭରକୁ ପୁନଃ ରି-ଲୋଡ କରାଯାଇଛି। ପୂର୍ବରୁ ଏମ୍ସରେ ଅନଲାଇନ୍‌ ସିଷ୍ଟମ ବା ସର୍ଭରକୁ ହ୍ୟାକ୍‌ କରି ତଥ୍ୟ ଚୋରି କରିଥିଲେ ହ୍ୟାକର। ଏମ୍ସ ସିଷ୍ଟମ୍‌ରୁ ୪ କୋଟିରୁ ଅଧିକ ରୋଗୀଙ୍କ ତଥ୍ୟ ଚୋରାଇ ନେଇଥିଲେ ହ୍ୟାକରମାନେ। ଏହି ଘଟଣାକୁ ନେଇ ପୂର୍ବରୁ ମାମଲା ରୁଜୁ ହୋଇଥିଲା ଏବଂ ଆଜି ୨ ଅଧିକାରୀକୁ ନିଲମ୍ବିତ କରାଯାଇଛି। ୫୦ଟି ସର୍ଭର କମ୍ପ୍ୟୁଟର ସ୍କାନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଏମ୍ସର ସମସ୍ତ କାର୍ଯ୍ୟ ଅଫଲାଇନ ହେବାର ସୂଚନା ଦିଆଯାଇଛି।

Leave A Reply

Your email address will not be published.