Odisha Link
Bridging the Missing Links in Odisha

ଜିଡିପି : ଅଭିବୃଦ୍ଧି ହାର ୬.୩ ପ୍ରତିଶତ ତଳକୁ ଖସିଲା

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସଙ୍କଟରୁ ବାହାରକୁ ଆସିବା ପରେ ବି ଦେଶରେ ଅର୍ଥନୀତିର ଗତ ମନ୍ଥର ରହିଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ହୋଇଥିବା ତୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ୩ ମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୩ ପ୍ରତିଶତ ହାରରେ ହୋଇଛି। ଗତବର୍ଷ ଏହି ସମୟରେ ଜିଡିପି ହାର ୮.୪ ପ୍ରତିଶତ ଥିଲା।

ତେବେ ପୂର୍ବରୁ ଏହି ତ୍ରୈୟମାସିକ ଅଭିବୃଦ୍ଧି ପ୍ରାୟ ଏତିକି ହେବ ବୋଲି ବିଭିନ୍ନ ସଂସ୍ଥା ଓ ବ୍ୟାଙ୍କ ଆକଳନ କରିଥିଲେ। ଆର୍‌ବିଆଇ ମଧ୍ୟ ସମାନ କଥାକହିଥିଲା। ରଜର୍ଭ ବ୍ୟାଙ୍କର ପୂର୍ବାନୁମାନ ଅନୁସାରେ ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସିକରେ ଅଭିବୃଦ୍ଧି ହାର୍ ୬.୧ ରୁ ୬.୩ ରହିବ ବୋଲି ଅନୁମାନ କରିଥିଲା। ସେହିପରି ଏସ୍‌ବିଆଇ କହିଥିଲା ଦ୍ୱିତୀୟ ତ୍ରୈୟମାସିକରେ ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିବ।

Leave A Reply

Your email address will not be published.