Odisha Link
Bridging the Missing Links in Odisha

ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ, ପ୍ରେମିକାର ଭାଇକୁ ମାରିଦେଲା ପ୍ରେମିକ

ପ୍ରେମରେ ବିଫଳ ହେବାରୁ ପ୍ରେମିକ ଜଣକ ପ୍ରେମିକାର ଭାଇକୁ କଟୁରିରେ ହାଣି ମାରିଦେଇଥିବାବେଳେ ଯୁବତୀଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଓଏଲ୍ ବ୍ୟୁରୋ : ପ୍ରେମ ପାଇଁ ଜୀବନ ନେଲା ପ୍ରେମିକ। ପ୍ରେମରେ ବିଫଳ ହେବାରୁ ପ୍ରେମିକ ଘଟାଇଛି ବର୍ବର କାଣ୍ଡ। ନିଜ ପ୍ରେମରେ ବିଫଳ ହେବାରୁ ପ୍ରେମିକ ଜଣକ ପ୍ରେମିକାର ଭାଇକୁ କଟୁରିରେ ହାଣି ମାରିଦେଇଥିବାବେଳେ ଯୁବତୀଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ତାରିଣୀ ଛକ ଠାରେ। ଏହି ଅଭାବନୀୟ ଘଟଣା ଆଜି ସକାଳେ ଘଟିଥିବାବେଳେ ସ୍ଥାନୀୟ ଲୋକେ ଉତ୍ୟକ୍ତ ଅଛନ୍ତି। ବର୍ବର କାଣ୍ଡ ଘଟାଇଥିବା ପ୍ରେମିକ ଉପରେ ସେଠାକାର ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଅଭିଯୁକ୍ତର ଘର ଓ ଟ୍ରକ ପୋଡିଦେଇଥିବା ବିଶେଷ ତଥ୍ୟରୁ ସୂଚନା ମିଳିଛି। ପ୍ରେମର ବିଫଳ ହେବ ପରେ ପ୍ରେମିକ ଏଭଳି କାଣ୍ଡ କରିଥିବାର ସୂଚନା ମିଳିଥିବାବେଳେ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Leave A Reply

Your email address will not be published.