Odisha Link
Bridging the Missing Links in Odisha

ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ୍‌-୧ ପରୀକ୍ଷା ଖାତା ମୂଲ୍ୟାୟନ

ମାଟ୍ରିକ ପରୀକ୍ଷା ଖାତାଦେଖା ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବାକୁ ଥିବାବେଳେ ମୋଟ ୧୨ ହଜାର ୪୫୦ ଜଣ ଶିକ୍ଷକ ଖାତା ମୂଲ୍ୟାୟନ କରିବାର ସୂଚନା ଦେଇଛନ୍ତି

ଓଏଲ୍ ବ୍ୟୁରୋ : ଚଳିତବର୍ଷ ମାଟ୍ରିକ ସମ୍ମେଟିଭ୍‌- ୧ ପରୀକ୍ଷା ଖାତା ଦେଖା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୩୦୨୯ଟି କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମାଟ୍ରିକ୍‌ ସମ୍ମେଟିଭ୍-୧ ପରୀକ୍ଷା ଖାତାଦେଖା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ। ମୂଲ୍ୟାୟନ ୧୦ ଦିନ ଭିତରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମାଟ୍ରିକ ପରୀକ୍ଷା ଖାତାଦେଖା ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବାକୁ ଥିବାବେଳେ ମୋଟ ୧୨ ହଜାର ୪୫୦ ଜଣ ଶିକ୍ଷକ ଖାତା ମୂଲ୍ୟାୟନ କରିବାର ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି। ଚଳିତଥର ସମ୍ମେଟିଭ୍‌-୧ ଓ ସମ୍ମେଟିଭ୍‌-୨ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କ ମୂଲ୍ୟାଙ୍କନ କରାଯିବାର ସୂଚନା ପୂର୍ବରୁ ମିଳିଥିଲା।

Leave A Reply

Your email address will not be published.