Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ର ଯାତ୍ରା ହେଲା ଶେଷ ଯାତ୍ରା, ସଡକ ଦୁର୍ଘଟଣାରେ ୪ ମୃତ

ସକାଳୁ ସକାଳୁ ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ନିକଟରେ ଦୁର୍ଘଟଣା ହୋଇଥିବାବେଳେ ଘଟଣା ସ୍ଥଳରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଓଏଲ୍ ବ୍ୟୁରୋ : ସକାଳୁ ସକାଳୁ ଏକ ମର୍ମତୁନ୍ତ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକକୁ କାରଟି ପଛରୁ ପିଟିଥିବାବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି। ଅଧା ରହିଯାଇଛି ଜଗା ଦର୍ଶନ। ଆଜି ଘଟଣାଟି ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ନିକଟରେ ଦୁର୍ଘଟଣା ହୋଇଥିବାବେଳେ ଘଟଣା ସ୍ଥଳରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନେ ଆନ୍ଧ୍ରପ୍ରଦେଶରୁ ପୁରୀକୁ କାଳିଆ ଦର୍ଶନ ପାଇଁ ଆସୁଥିଲେ। ରାସ୍ତାଉପରେ ଏକ ଖରାପ ଟ୍ରକ ଥିବାବେଳେ ପଛରୁ କାରଟି ଟ୍ରକକୁ ପିଟିଥିଲା। ଦୁର୍ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରେ ୨ଜଣ ପୁରୁଷ ଓ ୨ଜଣ ମହିଳା ଥିବାର ଜଣା ପଡିଛି। ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.