Odisha Link
Bridging the Missing Links in Odisha

ଜାନୁଆରୀରେ ରିଲିଜ୍ ହେବ କିଙ୍ଗ ଖାନଙ୍କ ପଠାନ୍

ଚଳଚ୍ଚିତ୍ରଟି ୨୦୨୩ ଜାନୁଆରୀ ୨୩ରେ ରିଲିଜ ହେବାସହ ଏହା ୩ଟି ଭାଷା ତଥା ହିନ୍ଦୀ , ତେଲୁଗୁ, ତାମିଲ ଭାଷାରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ।

ଓଏଲ୍ ଵ୍ୟୁରୋ : ଦମଦାର ଅଭିନୟ ସହ ରୋମାଞ୍ଚକର କାହାଣୀ ନେଇ ୨୦୨୩ରେ ବକ୍ସ ଅଫିସରେ ଧମାଲ କରିବା ଆଶାରେ ଆସୁଛି ବଲିଉଡ ଅଭିନେତା ସାହ ରୁଖ ଖାନଙ୍କ ପଠାନ୍। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସହ ରିଲିଜ ତାରିଖ ନିଜେ କିଙ୍ଗ ଖାନ ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରଟି ୨୦୨୩ ଜାନୁଆରୀ ୨୩ରେ ରିଲିଜ ହେବାସହ ଏହା ୩ଟି ଭାଷା ତଥା ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ।

ଅଭିନେତା ସାହ ରୁଖ ଖାନଙ୍କ ସମେତ ଚଳଚିତ୍ରରେ ଦୀପିକା ପାଦୁକନ ଏବଂ ଜନ ଆବ୍ରାହମ ନଜର ଆସିବେ। ପୂର୍ବରୁ ଏହି ସିନେମାର ଟିଜର ସାହ ରୁଖ ଖାନ ନିଜ ୫୭ତମ ଜନ୍ମ ଦିବସରେ ରିଲିଜ କରିଥିଲେ। ଏହି ଚଳଚିତ୍ର ସହ କିଙ୍ଗ ଖାନ ଙ୍କର ଇମୋସନ ଜଡିତ ଥିବାବେଳେ ଚଳଚ୍ଚିତ୍ରର ଟିଜର ଦେଖିବାପରେ ଦର୍ଶକଙ୍କ ମଧ୍ୟରେ ସିନେମା ପ୍ରତି ଆକର୍ଷଣ ବଢିଥିଲା। ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ରିଲିଜ ହେବା ପରେ ଜଣାପଡିବ ଏହା କେତେଦୂର ଦର୍ଶକଙ୍କ ମନଛୁଆଁ ହୋଇପାରିବ।

Leave A Reply

Your email address will not be published.