Odisha Link
Bridging the Missing Links in Odisha

ବିଦ୍ୟାଳୟରେ ଛାତ୍ରୀ ଦୁଷ୍କର୍ମ ଘଟଣା

ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇଁ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ବୈଠକ ଚାଲିଥିବା ବେଳେ ଏଭଳି ନିନ୍ଦନୀୟ ଘଟଣା ଘଟିଛି

ଓଏଲ୍ ବ୍ୟୁରୋ : କ୍ଲାସରୁମରେ ଛାତ୍ରୀ ଅସୁରକ୍ଷିତ। ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା। ମହାରାଷ୍ଟ୍ର ମୁମ୍ବାଇରେ ସ୍କୁଲ ଭିତରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି। ୧୩ ବର୍ଷର ଅଷ୍ଟମ ଶ୍ରେଶୀ ଛାତ୍ରୀଙ୍କୁ କ୍ଲାସ ରୁମ ଭିତରେ ତାଙ୍କର ୪ ଜଣ କ୍ଲାସମେଂଟ ଦୁଷ୍କର୍ମ କରିଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ୪ ଜଣଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିବା ବେଳେ ବାକି ୩ ଜଣ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।

ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇଁ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ବୈଠକ ଚାଲିଥିବା ବେଳେ ଏଭଳି ନିନ୍ଦନୀୟ ଘଟଣା ଘଟିଛି। ଘଟଣା ପରେ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋସ୍କୋ ଆକ୍ଟରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଛାତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ତାଙ୍କ ମା’ଙ୍କୁ ଏସର୍ମ୍ପକରେ କହିବା ପରେ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ଘଟଣା ସାମ୍ନାକୁ ଆସିଛି।

ସ୍କୁଲର ବାଷିର୍କ ଉତ୍ସବ ପାଇଁ ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଙ୍କୁ ବୈଠକ ହଲରେ ଏକାଠୀ ହେବାକୁ କୁହାଯାଇଥିଲା। ଛାତ୍ରୀ ଜଣଙ୍କ ଏକାକୀ କ୍ଲାସ ରୁମରେ ରହିଯାଇଥିବା ବେଳେ ଦୁଇ ଜଣ ପିଲା କ୍ଲାସରୁମର କବାଟ ବନ୍ଦ କରିଦେଇଥିଲେ। ବାକି ଦୁଇ ଜଣ କ୍ଲାସ ରୁମ ବାହାରେ ଥିଲେ। ଛାତ୍ରୀ ଜଣକ ପୁଲିସକୁ କହିଛନ୍ତି ଭିତରେ ଥିବା ୨ଜଣଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ଜଣେ ତାଙ୍କୁ ଅସଦାଚରଣ କରିଥିଲେ।

Leave A Reply

Your email address will not be published.