Odisha Link
Bridging the Missing Links in Odisha

ଫିଫା ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ

ଓଏଲ୍‌ ବ୍ୟୁରୋ: କତାରେ ଚାଲିଥିବା ଫିଫା ବିଶ୍ବକପ୍‌ ୨୦୨୨ରେ ଗୋଟିଏ ପରେ ଗୋଟିଏ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିିଛି। ଗ୍ରୁପ୍‌ ଷ୍ଟେଜରୁ ବିଦା ହେଲା ଫିଫା ର‍୍ୟାଙ୍କିଙ୍ଗର ୨ ନମ୍ବର ଦଳ ବେଲଜିୟମ୍। ସେହିପରି ୪ଥରର ବିଶ୍ବ ବିଜେତା ଜର୍ମାନୀ ଦଳ ସୁପର ୧୬ରେ ଏଣ୍ଟ୍ରି କରିପାରି ନାହିଁ। ଅନ୍ୟପଟେ ଗ୍ରୁପ୍‌ ଏଫରୁ ମରକୋ ଓ କ୍ରୋଏସିଆ ନକ୍‌ଆଉଟ୍‌ ଟିକେଟ ହାତେଇଥିବାବେଳେ ଗ୍ରୁପ୍‌ ଇରୁ ଜାପାନ ଓ ସ୍ପନେ ସୁପର ୧୬ ମୁକାବିଲାରେ ଏଣ୍ଟ୍ରି କରିଛନ୍ତି ।

ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମରକୋ ୨-୧ ଗୋଲ୍‌ରେ କାନଡାକୁ ହରାଇଥିଲା ବେଳେ କ୍ରୋଏସିଆ ଓ ବେଲଜିୟମ୍‌ ମଧ୍ୟରେ ମ୍ୟାଚ୍‌ ଅମୀମାଂସିତ (୦-୦) ରହିଥିଲା। ଫଳରେ ୨ ବିଜୟରୁ ୭ ପଏଣ୍ଟ ପାଇ ମରକୋ ଗ୍ରୁପ୍‌ ବିଜେତା ହୋଇଥିଲା। ୧୯୮୬ ମସିହା ପରେ ମରକୋ କୌଣସି ବିଶ୍ୱକପର ରାଉଣ୍ଡ ୧୬ ବା ନକଆଉଟରେ ପହଞ୍ଚିଛି। ସେହିପରି କ୍ରୋଏସିଆ ୧ ବିଜୟ ଓ ୨ ଅମୀମାଂସିତ ମ୍ୟାଚ୍‌ରୁ ୫ ପଏଣ୍ଟ ପାଇ ରାଉଣ୍ଡ ୧୬କୁ ଯାଇଛି।

୨୦୧୮ ରୁଷରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପରେ ବେଲ୍‌ଜିୟମ୍‌ କାଂସ୍ୟ ପଦକ ବା ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ଚଳିତ ବର୍ଷ ମରକୋ ଠାରୁ ଅପ୍ରତ୍ୟାଶିତ ଭାବେ ହାରିବା ଓ ୨୦୧୮ର ରନର୍ସଅପ କ୍ରୋଏସିଆ ସହ ମ୍ୟାଚ୍‌କୁ ଡ୍ର ରଖିବା ବେଲଜିୟମକୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଗ୍ରୁପ ଷ୍ଟେଜରୁ ବେଲଜିୟମ ଓ କାନାଡା ଦୁଃଖଦ ବିଦାୟ ନେଇଛନ୍ତି।

Leave A Reply

Your email address will not be published.