Odisha Link
Bridging the Missing Links in Odisha

ASO ପରୀକ୍ଷା ମାମଲା : ଚୂଡାନ୍ତ ତାଲିକାରେ ଲାଗିଲା ରୋକ

ପରୀକ୍ଷାର କମ୍ପୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରହିବ ହେଲେ ତାର ଫଳାଫଳ ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ।

ଓଏଲ୍ ବ୍ୟୁରୋ : ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଛି ଦିନ ହେବ ଲାଗିରହିଥିଲା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ। ବାଦବିବାଦ ପରେ ପରୀକ୍ଷା ଫଳକୁ ନେଇ ଗୁରୁତ୍ୱପୂର୍ଣ ରାୟ ହାଇକୋର୍ଟ ଶୁଣାଇଲେ। ତେବେ ପରୀକ୍ଷାର ଚୂଡାନ୍ତ ତାଲିକା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ।

କୋର୍ଟର ବିନା ଅନୁମତିରେ ଓପିଏସସି ଫଳ ପ୍ରକାଶ କରିପାରିବ ନାହିଁ ଯାହା ହାଇକୋର୍ଟରୁ ନିର୍ଦେଶ ଆସିଛି। ପରୀକ୍ଷାର କମ୍ପୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରହିବ ହେଲେ ତାର ଫଳାଫଳ ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ। ପୂର୍ବରୁ ଏହି ASO ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ପରୀକ୍ଷାରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ ଆଶାୟୀ ଛାତ୍ରଛାତ୍ରୀ। ଏହି ଅଭିଯୋଗ ପରେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଅଭିଯୋଗ ଖଣ୍ଡନ କରି କହିଥିଲେ ASO ପରୀକ୍ଷାରେ କୌଣସି ଦୁର୍ନୀତି ହୋଇନାହିଁ। ହାଇକୋର୍ଟ ନିର୍ଦେଶ ଅନୁସାରେ ଓପିଏସସି ମାର୍କ ଲିଷ୍ଟ ଓ ଆନସର କି ଅପଲୋଡ଼ କରିବ ବୋଲି ସୂଚନା ମିଳିଥିଲା।

Leave A Reply

Your email address will not be published.