Odisha Link
Bridging the Missing Links in Odisha

ମ୍ୟାଲେରିଆରୁ ମିଳିବ ମୁକ୍ତି, ଟୀକା ପ୍ରସ୍ତୁତ କଲେ ବୈଜ୍ଞାନିକ

ଇଣ୍ଡିଆନ ମେଡିକାଲ ଫ୍ରାଟେନିଟୀର ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ମ୍ୟାଲେରିଆ ନିରାକରଣ ଟୀକା ଯାହା ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରକୁ ସହଜ କରିବ ।

ଓଏଲ୍ ବ୍ୟୁରୋ : ମ୍ୟାଲେରିଆରେ ଆଉ ଯିବନି ଜୀବନ। ଚିକିତ୍ସା କ୍ଷେତ୍ରରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ ହେଉଛି। ଇଣ୍ଡିଆନ ମେଡିକାଲ ଫ୍ରାଟେନିଟୀର ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ମ୍ୟାଲେରିଆ ନିରାକରଣ ଟୀକା ଯାହା ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରକୁ ସହଜ କରିବ। ଏହି ଟୀକା ମ୍ୟାଲେରିଆ ରୋଗରୁ ମୁକ୍ତ କରିବା ସହ ସଂକ୍ରମଣକୁ ହ୍ରାସ କରିବ।

ପଶୁଙ୍କ ଠାରେ ରୋଗର ବିସ୍ତାର ରୋକିବାରେ ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି। ପୂର୍ବରୁ ମ୍ୟାଲେରିଆ ରୋଗରୁ ମୁକ୍ତି ପାଇଁ ଯେଉଁ ଔଷଧ ବ୍ୟବହୃତ ହେଉଥିଲା ତା ତୁଳନାରେ ବର୍ତ୍ତମାନ ପ୍ରସ୍ତୁତ ଟୀକା ମାତ୍ରାଧିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ। ବର୍ତ୍ତମାନ ଟୀକା ପ୍ରସ୍ତୁତ ଚାଲିଥିବା ବେଳେ ପରୀକ୍ଷଣ କରାଯାଉଛି। ପରୀକ୍ଷଣ ପ୍ରଭାବୀ ହେଲେ ଦେଶରେ ମ୍ୟାଲେରିଆ ନିରାକରଣ ଟୀକା ଉପଲବ୍ଧ ହେବ। ଆଶା କରାଯାଉଛି ଏହି ଟୀକା ମ୍ୟାଲେରିଆ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ରୋଗରୁ ରକ୍ଷା କରିବ।

Leave A Reply

Your email address will not be published.