Odisha Link
Bridging the Missing Links in Odisha

ବିଧାନସଭା : ମାତ୍ର ୮ ଦିନରେ ଶେଷ ହେଲା ଶୀତକାଳୀନ ଅଧିବେଶନ

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥାଆନ୍ତା। କିନ୍ତୁ ତା ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚଳିତଥର ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ଥିଲା। ନିର୍ଦ୍ଧାରିତ ୩୩ଟି କାର୍ଯ୍ୟଦିବସ ବଦଳରେ ମାତ୍ର ୮ଟି କାର୍ଯ୍ୟଦିବସ ଚଳିତ ଅଧିବେଶନରେ ସମ୍ଭବପର ହୋଇପାରିଛି।

ସବୁଠୁ ବଡ଼କଥା ହେଲା ମୁଖ୍ୟ ବିରୋଧୀ ଦଳ ବିଜେପିର ବିନା ସମ୍ମତି ଓ ଅନୁପସ୍ଥିତିରେ ଶୀତ ଅଧିବେଶନକୁ ବନ୍ଦ ପାଇଁ ଶାସକ ଦଳର ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନେଇଛନ୍ତି। ଶାସକ ଦଳର ସଂଖ୍ୟା ବଳ ଆଧାରରେ ବାଚସ୍ପତି ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଅଧିବେଶନ ସମୟରେ ଗୃହକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଅଧିବେଶନ ଆରମ୍ଭ ଦିନ ଓ ଆଜି ଶେଷ ଦିନରେ ମାତ୍ର କିଛି ସମୟ ପାଇଁ ଆସିଥିବା ଦେଖିବାକୁ ମିଳିଛି।

ସୂଚନାଥାଉକି, ନବୀନଙ୍କ ପଞ୍ଚମ ପାଳିର ସରକାର ଅବା ଷୋଡ଼ଶ ବିଧାନସଭାରେ ଶୀତକାଳୀନ ଅଧିବେଶନର ଅବଧି କ୍ରମାଗତ ଭାବେ ଅଧିକ ଦିନ ପାଇଁ ଉଦ୍ଦିଷ୍ଟ ରହୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଗୃହ ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ ଚାଲିପାରୁନି।

Leave A Reply

Your email address will not be published.