Odisha Link
Bridging the Missing Links in Odisha

ପାଗଳା କୁକୁର କାମୁଡ଼ାରେ ୩୦ ଆହତ

ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ କୁକୁର କାମୁଡ଼ାରେ ଆହତ ଲୋକେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଓଏଲ୍‌ ବ୍ୟୁରୋ : ପ୍ରାତଃ ଭ୍ରମଣରୁ ପାଗଳା କୁକୁର ଆରମ୍ଭ କରିଥିଲା ଆକ୍ରମଣ। ପାଗଳା କୁକୁର କାମୁଡ଼ାରେ ୩୦ଜଣ ଆହତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୁନା ହାଟ କଂସେଇ ମହଲାରେ। ଜଣଙ୍କ ପରେ ଜଣଙ୍କୁ ଗୋଡେଇ ଗୋଡେଇ କାମୁଡିବାରେ ଲାଗିଛି ପାଗଳା କୁକୁର। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ କୁକୁର କାମୁଡ଼ାରେ ଆହତ ଲୋକେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ପାଗଳା କୁକୁରଟି ଅନେକ ଲୋକଙ୍କୁ କାମୁଡି ଥିବାବେଳେ କିଛି ପିଲାଙ୍କୁ ମଧ୍ୟ କାମୁଡ଼ିଛି। ପିଲାମାନେ ବିଦ୍ୟାଳୟକୁ ଯିବାବେଳେ ପାଗଳା କୁକୁର ଗୋଡେଇ ଗୋଡେଇ କାମୁଡିଥିବାର ସୂଚନା। କୁକୁର କାମୁଡ଼ାରେ ଆହତ ଥିବା ବ୍ୟକ୍ତି ମାନେ ଚିକିତ୍ସାଳୟରେ କୁକୁର କାମୁଡ଼ାରୁ ବଞ୍ଚିବା ପାଇଁ ନିଆଯାଉଥିବା ଟୀକା ନେଇସାରିଛନ୍ତି। ଗ୍ରାମବାସୀ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା କାମୁଡ଼ା କୁକୁରକୁ ମାରିଦେଇଥିବା କିଛି ଲୋକ କହିଥିବାବେଳେ ଗ୍ରାମର ଅନ୍ୟକିଛି ଲୋକ କୁକୁର ମାରିନଥିବା ମତ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.