Odisha Link
Bridging the Missing Links in Odisha

ବଡ଼ ବଡ଼ କମ୍ପାନୀ କରୁଛନ୍ତି ଖର୍ଚ୍ଚ କାଟ, ସଙ୍କଟରେ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ବିଶ୍ବର ବଡ଼ ବଡ଼ କମ୍ପାନୀ ଗୁଡ଼ିକରେ ଚାଲିଛି ଛଟେଇ ପ୍ରକ୍ରିୟା। ଟ୍ବିଟର, ଆମାଜନ, ଗୁଗୁଲ, ଇଣ୍ଟେଲ ଭଳି ବଡ଼ ସଂସ୍ଥା ବଡ଼ ଧରଣର ଛଟେଇ କରିଛନ୍ତି । ଏବେ ଏହି କ୍ରମରେ ସାମିଲ୍‌ ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ସେୟାରଚାଟ୍‌। ମୋଟ କର୍ମଚାରୀଙ୍କ ମଧ୍ୟରୁ ୫ ପ୍ରତିଶତ କର୍ମଚାରୀ ଚାକିରି ହରାଇଥିବା ସୂଚନା ରହିଛି । ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରିଛି।

ସୂଚନା ଅନୁସାରେ, ଦେଶରେ ଏହି ଘରୋଇ ସୋସିଆଲ ମିଡିଆ କମ୍ପାନୀ ସେୟାରଚାଟ୍‌ ଏହାର ଜିତ୍ ୧୧ ନାମକ ଫାଣ୍ଟାସି ସ୍ପୋର୍ଟସ୍‌ ପ୍ଲାଟଫର୍ମକୁ ବନ୍ଦ କରିଦେଇଛି । ଫ୍ଲାଟଫର୍ମରେ ଥିବା ମୋଟ ୨୨୦୦ କର୍ମଚାରୀଙ୍କ ମଧ୍ୟରୁ ୧୦୦ରୁ ଅଧିକ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ।

ମୋହଲ୍ଲା ଟେକ୍‌ ପକ୍ଷରୁ କୁହାଯାଇଛି ଯେ, ଆମେ ପର୍ଯ୍ୟାୟକ୍ରମେ ଆମର ରଣନୀତିର ମୂଲ୍ୟାଙ୍କନ କରୁ। ଜିତ୍ ୧୧ର କାର୍ଯ୍ୟକୁ ଆମେ ସମ୍ପୂର୍ଣ୍ଣ ବନ୍ଦ କରିଛୁ। ଆମେ ଆମର କାର୍ଯ୍ୟକୁ ପୁନଃ ସଂଗଠିତ କରିଛୁ । ଏଥିରେ କିଛି କର୍ମଚାରୀ ଛଟେଇ ହୋଇଛନ୍ତି ।ମୋଟ ୫ ପ୍ରତିଶତରୁ କମ୍‌ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ।

ସେହିପରି ଗତ ମାସରେ ଟ୍ବିଟର, ଆମାଜନ୍, ଗୁଗୁଲ ଭଳି ନାମିଦାମୀ କମ୍ପାନୀ କର୍ମଚାରୀଙ୍କୁ ଛଟେଟ କରିଥିଲେ । ନିକଟରେ ଜୀ ଓଡ଼ିଶା ନ୍ୟୁଜ ଡିଜିଟାଲ ଟିଭି, ଜୀ ହିନ୍ଦୁସ୍ତାନ, ଜୀ ସଲାମ ଭଳି ଚ୍ୟାନେଲ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ତାହା ଏବେ ଡିଜିଟାଲ ଫର୍ମାଟରେ ଚାଲିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଯାହାଫଳରେ ଶତାଧିକ ବ୍ୟକ୍ତି ତାଙ୍କ ଚାକିରି ହରାଇଛନ୍ତି ।

Leave A Reply

Your email address will not be published.