Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା: କୋର୍ଟରେ ହାଜର ଲେଡି ବ୍ଲାକମେଲର

ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ସେ ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ହନିଟ୍ରାପର ଅର୍ଚ୍ଚନା ନାଗ କୋର୍ଟରେ ହାଜର ହୋଇଛନ୍ତି। ଲେଡି ବ୍ଲାକମେଲର ମାମଲାରେ ଜୋରଦାର ତଦନ୍ତ କରୁଛି ଇଡି। ପୋଲିସର କଡା ସୁରକ୍ଷା ଭିତରେ ଝାରପଡା ଜେଲ୍ରୁ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟରେ ହାଜର ହେଵା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା ନାଗ। ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି କୁଆଡେ ଗଲେ ସୋ-କଲଡ ଭିକଟିଭ। ଅର୍ଚ୍ଚନା କହିଛନ୍ତି ତାଙ୍କ ପାଟି ଚୁପ କରାଯାଉଛି। ସେ ଅନେକ କଥା କହିବାକୁ ଚାହୁଁଥିଲେ ମଧ୍ୟ ସେ କହିପାରୁନାହାନ୍ତି। ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ସେ ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି।

ପୂର୍ବରୁ ଅର୍ଚ୍ଚନା ମାମଲାରେ ଇଡି ଅନେକ ଲୋକଙ୍କୁ ଜେରା କରିଥିଲା। ବର୍ତ୍ତମାନ ଅର୍ଚ୍ଚନାର ପାଳି ପଡିପାରେ ଏବଂ ଇଡି ଅର୍ଚ୍ଚନାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ପ୍ରଡକ୍ସନ ପିଟିସନ ଅନୁଯାଇ କୋର୍ଟଙ୍କ ନିର୍ଦେଶ କ୍ରମେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୋର୍ଟରେ ହାଜର କରାଯାଇଥିଲା। ଇଡି ରିମାଣ୍ଡରେ ନେଲା ପରେ ତଦନ୍ତ ଦ୍ୱାରା ଖୋଲିପାରେ ଗୁମର।

Leave A Reply

Your email address will not be published.