Odisha Link
Bridging the Missing Links in Odisha

ହାଇକୋର୍ଟର ନିର୍ଦ୍ଦେଶ ମାନି, ଓଟିଏମର ଜମିକୁ ଦଖଲ କଲା ପ୍ରଶାସନ

ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି।

ଓଏଲ୍‌ ବ୍ୟୁରୋ: ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ବାରରେ ଥିବା ଓଟିଏମକୁ ଦଖଲ କରିଛି ଜିଲ୍ଲା ପ୍ରଶାସନ। ଓଟିଏମର ପୁନରୁଦ୍ଧାର ପାଇଁ ଏଭଳି ପଦକ୍ଷେପକୁ ଆପଣେଇଛି ଜିଲ୍ଲା ପ୍ରଶାସନ। ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ଯେ ଗତ ୩ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ଏବଂ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଏହି ପ୍ରକିୟାକୁ ଆଗେଇ ନେଇଛନ୍ତି।

ଇଡକୋକୁ ଏହାର ଦେଖାଶୁଣା ଦାୟିତ୍ୱ ଦିଆଯାଇଥିବାବେଳେ ଜମି, ଆସବାବପତ୍ର ଓ କ୍ୱାଟର୍ସ ଗୁଡିକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲ୍ଲାପାଳ କହିଛନ୍ତି ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁଯାୟୀ ପଦକ୍ଷେପ ନେବେ। ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ହାଇକୋର୍ଟ ନିର୍ଦେଶ କ୍ରମେ ଓଟିଏମକୁ ନିଜ ଅଧୀନକୁ ଜିଲ୍ଲା ପ୍ରଶାସନ ନେଇଥିବାବେଳେ ଆସନ୍ତା କାଲି ତଥା ଡିସେମ୍ବର ୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେଵା ପାଇଁ ଦିନ ଧାର୍ଯ୍ୟ ହୋଇଛି ।

Leave A Reply

Your email address will not be published.