Odisha Link
Bridging the Missing Links in Odisha

ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଶ୍ୱ ମୃତ୍ତିକା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃର୍ତ୍ତିକା ଦିବସ’ ପାଳିତ ହୋଇଛି ।

ଭୁବନେଶ୍ୱର ଉପକଣ୍ଠ ଛତାବର, ମେଣ୍ଢାଶାଳ, ଅନ୍ଧାରୁଆ, ଭୋଳା ଓ କାଟେଣି ଗ୍ରାମରେ ଏହି ଦିବସ ପାଳିତ ହୋଇଛି । ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ଡକ୍ଟର ପ୍ରଣୟ ରାୟ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ମାନସ ପଟେଲ, କୁମାର ସମ୍ଭବ ଗିରି, ଡଃ ରାମ ପ୍ରସାଦ ନନ୍ଦୀ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ମୃତିକାର ସ୍ୱାସ୍ଥ୍ୟ ଓ ଫସଲ ଅମଳ ଉପରେ ଏହା କିପରି ପ୍ରଭାବ ପକାଇଥାଏ ତାହା ଉପରେ ବିଷଦ ଆଲୋଚନା କରିଥିଲେ । ମୃତ୍ତିକାର ଉତମ ସ୍ୱାସ୍ଥ୍ୟ ହିଁ ଅଧିକ ଅମଳର ଭିତ୍ତିଭୂମି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ଚତୁ୍‌ର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଯୋଜିତ ହେଉଥିବା ରାୱେ କାର୍ଯ୍ୟକ୍ରମରେ ମୃତିକା ଦିବସ ସଚେତନତା କାର୍ଯ୍ୟକ୍ରମ ଗ୍ରାମ ମାନଙ୍କର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପାଳନ କରାଯାଇଥିଲା । ଏହି କାଯ୍ୟକ୍ରମରେ ଅଗ୍ରଣୀ କୃଷକ ଓ ଗ୍ରାମବାସୀ ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଉତ୍ସବରେ ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ବିଜୟ କୁମାର ସାହୁ, ସହକାରୀ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ରାୱେର ସଂଯୋଜକ ଡକ୍ଟର ଅଂଶୁମାନ ଜେନା ମଧ୍ୟ ଯୋଗ ଦେଇ କୃଷକ ମାନଙ୍କୁ ମୃତିକାର ଉତମ ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବା ଉଚିତ ବୋଲି କହିଥିଲେ । ଡକ୍ଟର ଭୁବନାନନ୍ଦ ଅଧିକାରୀ ,ଅଧ୍ୟାପକ ଦୀପ୍ତନୁ ଦତ୍ତ ଓ ଡକ୍ଟର ସବ୍ୟସାଚୀ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.