Odisha Link
Bridging the Missing Links in Odisha

ଆଜିଠୁ ଇଡିର ୭ଦିନିଆ ରିମାଣ୍ଡରେ ଅର୍ଚ୍ଚନା ନାଗ

ଇଡି ଆବେଦନ ପରେ କୋର୍ଟର ନିର୍ଦ୍ଦେଶ ରହିଛି ଅର୍ଚ୍ଚନାକୁ ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ। ଇଡିର ଜେରା ସମୟରେ ଓକିଲ ଉପସ୍ଥିତ ରହିବାକୁ କୋର୍ଟରେ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ।

ଓଏଲ୍‌ ବ୍ୟୁରୋ: ଇଡି ଖୋଲିବ ଗୁମର। ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ମିଳିଛି। ଅର୍ଚ୍ଚନାକୁ ରିମାଣ୍ଡରେ ନେଇ ଜେରା କରିବା ଇଡି। ଅର୍ଚ୍ଚନାର କଳା ସାମ୍ରାଜ୍ୟର ସତ କାହାଣୀ ଆସିପାରେ ସାମ୍ନାକୁ। ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ ଖୋଜୁଛି ଇଡି। ପୂର୍ବରୁ ଅନେକ ବ୍ୟକ୍ତି ଏହି ମାମଲାରେ ଇଡି ଅଧିକାରୀଙ୍କ ଜେରାକୁ ସାମ୍ନା କରିଛନ୍ତି।

ଅର୍ଚ୍ଚନାଙ୍କୁ ଜେରା କରିବାକୁ ଯାଉଛି ଇଡିର ତଦନ୍ତ ଅଧିକାରୀ ଟିମ। ଗତ କାଲି ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଥିବାବେଳେ ଅର୍ଚ୍ଚନା କୋର୍ଟରେ କାନ୍ଦିଥିବାର ସୂଚନା ମିଳିଥିଲା। ପରେ ଗଣମାଧ୍ୟମ ସାମ୍ନାରେ ରାଗରେ ନିଜର ମତ ରଖିଥିଲେ ଅର୍ଚନା ଏବଂ କହିଥିଲେ ଘଟଣାର ସିବିଆଇ ତଦନ୍ତ କରଯାଉ।

ଇଡି ଆବେଦନ ପରେ କୋର୍ଟର ନିର୍ଦ୍ଦେଶ ରହିଛି ଅର୍ଚ୍ଚନାକୁ ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ। ଇଡିର ଜେରା ସମୟରେ ଓକିଲ ଉପସ୍ଥିତ ରହିବାକୁ କୋର୍ଟରେ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ। ଅନ୍ୟପକ୍ଷେ ଇଡ଼ି ଫାଇଲ୍‌ରେ ଥିବା ଅନ୍ୟତମ ଅଭିଯୁକ୍ତ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଆସନ୍ତାକାଲି କୋର୍ଟରେ ହାଜର ହେବ। ଇଡିର ଜେରା ପରେ ଅର୍ଚ୍ଚନା ନାଗଙ୍କ ଖୋଲିବ ଗୁମର।

Leave A Reply

Your email address will not be published.