Odisha Link
Bridging the Missing Links in Odisha

କବାଟରେ ଲେଖା ହେଲା ପ୍ରଶ୍ନ, ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ପିଲାମାନେ ଯେଉଁ ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେଉଥିଲେ ସେଠାରେ କଳାପଟା ନଥିବାରୁ ସେହି ଶ୍ରେଣୀରେ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ।

ଓଏଲ୍ ବ୍ୟୁରୋ : ଅବହେଳାରୁ ବିଦ୍ୟାଳୟକୁ ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ଆସି ପାରିଲା ନାହିଁ। ଶ୍ରେଣୀ ଗୃହରେ କଳାପଟା ବି ନଥିଲା ତେଣୁ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ। କବାଟରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀ। ସ୍ମାର୍ଟ ଯୁଗରେ ଏଭଳି ଘଟଣା ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠରୁ।

ସ୍ମାର୍ଟ ଯୁଗରେ ସ୍ମାର୍ଟ କ୍ଲାସ ବଦଳରେ କବାଟରୁ ଦେଖି ପରୀକ୍ଷା ଦେବା ଅତ୍ୟନ୍ତ ନିନ୍ଦନୀୟ। ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠରେ ପୂର୍ବବର୍ଷ ସ୍ମାର୍ଟ କ୍ଲାସ ରୂପାନ୍ତରଣ କାର୍ଯ୍ୟକ୍ରମ ଦ୍ୱାରା ନବମ ଓ ଦଶମ ଶ୍ରେଣୀ ଗୃହକୁ ସ୍ମାର୍ଟ କ୍ଲାସରେ ପରିବର୍ତନ କରଯାଇଥିଲା। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଶିକ୍ଷା ପ୍ରଦାନ କରାଯାଉଥିଲେ ମଧ୍ୟ ନବମ ଓ ଦଶମକୁ ଛାଡି ବାକି ଶ୍ରେଣୀ ଗୃହକୁ ରୂପାନ୍ତରଣ କରଯାଏନାହିଁ। ଏପରିକି କେଉଁ ଶ୍ରେଣୀରେ ପିଲା ବସିବା ପାଇଁ ଚୌକି ନାହିଁ ତ ପୁଣି କେଉଁଠି କଳାପଟା ନାହିଁ। ବିଦ୍ୟାଳୟର ଘର ଗୁଡିକ ଅତି ସୁନ୍ଦରଭାବେ ଉନ୍ନତିକରଣ ହୋଇଥିବାବେଳେ ପ୍ରାଥମିକ ସ୍ତରରେ ବାଧା ସୃଷ୍ଟି କରିଛି ଏଭଳି ଶିକ୍ଷାଦାନ ଵ୍ୟଵସ୍ଥା।

ବିଦ୍ୟାଳୟରେ କାଲିଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କର ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପିଲାମାନେ ପରୀକ୍ଷା ଦେବା ପାଇଁ ଗତକାଲି ସ୍କୁଲରେ ପହଞ୍ଚିଥିଲେ। ପରୀକ୍ଷା ଦେବାପାଇଁ ସେମାନଙ୍କୁ ପ୍ରଶ୍ନପତ୍ର ମିଳି ନଥିଲା ତେଣୁ ଶିକ୍ଷକମାନେ କଳାପଟାରେ ପ୍ରଶ୍ନପତ୍ର ଲେଖି ଦେଇଥିଲେ। ସେହି ପ୍ରଶ୍ନକୁ ଦେଖି ଖାତାରେ ଉତ୍ତର ଲେଖିବାକୁ ପିଲାମାନଙ୍କୁ କହିଥିଲେ।

ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ପିଲାମାନେ ଯେଉଁ ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେଉଥିଲେ ସେଠାରେ କଳାପଟା ନଥିବାରୁ ସେହି ଶ୍ରେଣୀରେ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ। ପରେ ପିଲାମାନେ ସେହି ପ୍ରଶ୍ନ ଦେଖି ଉତ୍ତର ଲେଖିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କୁ ପ୍ରଶ୍ନପତ୍ର ଦିଆଯାଇନଥିଲା ସେଥିପାଇଁ ନିଜେ ପ୍ରଶ୍ନ ଲେଖି ଥିଲେ ଓ ପିଲାମାନେ ତାର ପରୀକ୍ଷା ଦେଉଥିଲେ। ସ୍ମାର୍ଟ ଯୁଗରେ ଏଭଳି ଚିତ୍ର ଶିକ୍ଷାର ଉନ୍ନତି କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.