Odisha Link
Bridging the Missing Links in Odisha

ରାଗିଂ ଅଭିଯୋଗରେ ଛାତ୍ରଙ୍କୁ କଲେଜ ମନା

ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଥିବାବେଳେ ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ହୋଇଛି

ଓଏଲ୍ ବ୍ୟୁରୋ : ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଳଲେଜରେ ରାଗିଂ ଘଟଣା ଦେଖାଦେଇଛି। ରାଗିଂ ଘଟଣା ପାଇଁ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସକୁ ମନା କରାଯାଇଛି। ଘଟଣାଟି ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ହୋଇଥିବାବେଳେ ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି।

ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଥିବାବେଳେ ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ହୋଇଛି। ଆଗରୁ ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ କ୍ଲାସକୁ ଯିବା ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରିବାର ଅଭିଯୋଗ କରିଥିଲେ ଛାତ୍ରୀଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ।

ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ଜଣ ଛାତ୍ରଙ୍କ ବିରୋଧରେ ଦଣ୍ଡ ଜାରି କରିଛନ୍ତି। ରାଗିଂ ବଢ଼ିବାରେ ଲାଗିଥିବାରୁ ଅନେକ ଛାତ୍ରୀ ଅସୁବିଧାରେ ପଡିବା ସହ ଅନେକଙ୍କ ମୃତ୍ୟୁ ମଧ୍ୟ ହେଉଛି। ତେବେ ରାଗିଂ ମୁକ୍ତ କରିବା ସହ ପିଲାଙ୍କ ସୁରକ୍ଷା ପାଇଁ ପୁଲିସ ଏବଂ ପ୍ରଶାସନ ପଦକ୍ଷେପ ନେଇଛି।

Leave A Reply

Your email address will not be published.