Odisha Link
Bridging the Missing Links in Odisha

ହାଇକୋର୍ଟର କଡା ନିର୍ଦ୍ଦେଶ, ଏତଲା ପଞ୍ଜିକରଣ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଥାନାକୁ ଆସୁଥିବା ନାଗରିକମାନଙ୍କ ଠାରୁ ଏତଲା ଗ୍ରହଣ କଲାବେଳେ ରସିଦ ପ୍ରଦାନ କରିବା ସହ ଏତଲାରେ ଷ୍ଟାମ୍ପ ଲଗାଇ ଏତଲାକାରୀଙ୍କୁ ପ୍ରଦାନ କରିବେ।

ଓଏଲ୍ ବ୍ୟୁରୋ : ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରାଯିବାରୁ ଓଡିଶା ହାଇକୋର୍ଟର ଅସନ୍ତୋଷ। ଥାନାକୁ ଆସୁଥିବା ଏତଲା ଗୁଡିକର ପଞ୍ଜିକରଣ କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ନିର୍ଦ୍ଦେଶ ପାଳନ କରାଯାଉନାହିଁ। ନିର୍ଦ୍ଦେଶକୁ ପାଳନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହାଇକୋର୍ଟ ସୂଚନା ପ୍ରଦାନ କରିଛି।
ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଥାନାକୁ ଆସୁଥିବା ନାଗରିକମାନଙ୍କ ଠାରୁ ଏତଲା ଗ୍ରହଣ କଲାବେଳେ ରସିଦ ପ୍ରଦାନ କରିବା ସହ ଏତଲାରେ ଷ୍ଟାମ୍ପ ଲଗାଇ ଏତଲାକାରୀଙ୍କୁ ପ୍ରଦାନ କରିବେ। ଥାନାରେ ଏତଲା ଦେବାକୁ ଆସୁଥିବା ନାଗରିକଙ୍କୁ ଉପଯୁକ୍ତ ବ୍ୟବହାର କରିବା ସହ ସମସ୍ତ ସଠିକ ତଥ୍ୟ ବିଷୟରେ ଅବଗତ କରାଇବେ।

ପୁଲିସ ଡିଜି ସମସ୍ତ ନିର୍ଦ୍ଦେଶ ଜାରି କରିବା ସହ ଏ ପ୍ରସଙ୍ଗରେ ସମସ୍ତ ପୁଲିସ କର୍ମଚାରୀଙ୍କୁ ଅବଗତ କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛି। ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ପାଳନ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହାଇକୋର୍ଟ ସୂଚନା ଦେଇଛି।

Leave A Reply

Your email address will not be published.