Odisha Link
Bridging the Missing Links in Odisha

ନାବାଳିକାଙ୍କୁ ଦୁଷ୍କର୍ମ, ମୃତଦେହ ଉଦ୍ଧାର

ଘଟଣାଟି ସୁରଟରେ ଘଟିଥିବାବେଳେ ଓଡିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି

ଓଏଲ୍ ବ୍ୟୁରୋ : ନାବାଳିକାଙ୍କୁ ଦୁଷ୍କର୍ମ ଅତି ନିନ୍ଦନୀୟ ଘଟଣା। ଦୁଷ୍କର୍ମ ପରେ ହତ୍ୟା ମଧ୍ୟ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାଟି ସୁରଟରେ ଘଟିଥିବାବେଳେ ଓଡିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଦେହ ଉଦ୍ଧାର ହୋଇଛି ଏକ ବନ୍ଦ ଘରୁ।

ଖବରରୁ ଯାହା ସୂଚନା ମିଳିଛି ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଏକ ଓଡିଆ ପରିବାର ସୁରତର ତିରୁପତି ସୋସାଇଟିରେ ରହୁଥିଲେ। ମୃତ ନାବାଳିକାର ବାପା ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଗତକାଲି ସାନଝିଅ ନିଖୋଜ ହୋଇଯିବା ନେଇ ପୋଲିସରେ ମାମଲା ଦାଏର ହୋଇଥିଲା।

ଘଟଣାସ୍ଥଳରେ ପୁଲିସ ଟିମ ପହଞ୍ଚି ଖୋଜାଖୋଜି କରି ପ୍ରତି ଘରକୁ ଯାଞ୍ଚ କରିବା ସମୟରେ ଗୋଟିଏ ବନ୍ଦ ଥିବା ଘରର ଘର ମାଲିକଙ୍କୁ ଫୋନ କରିଥିଲେ। ଘର ମାଲିକ ପୁଲିସର ଫୋନ ଗ୍ରହଣ ନକରିବାରୁ ଘର କବାଟ ଭାଙ୍ଗି ପଶିଥିଲା ଏବଂ ଏକ ରୁମର ଖଟ ତଳେ ଅଖାରେ କିଛି ବନ୍ଧା ହୋଇ ରହିଥିବା ପୁଲିସକୁ ଦେଖିବାକୁ ମିଳିଥିଲା। ବନ୍ଧା ଥିବା ଅଖା ଭିତରେ ନାବାଳିକାର ମୃତଦେହ ପୁଲିସକୁ ମିଳିଥିଲା।

ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ସହ ରାସ୍ତାରୋକ କରିଛନ୍ତି ପ୍ରବାସୀ ଓଡିଆ। ଅଭିଯୁକ୍ତ ପୂର୍ବରୁ ଏକ ମାମଲାରେ ୧୧ ବର୍ଷ ଦଣ୍ଡ ପାଇଥିବା ସହ ସେ ଜଣେ ପେସାଦାର ଅଭିଯୁକ୍ତ ବୋଲି ଜଣାପଡିଛି। ପରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ।

Leave A Reply

Your email address will not be published.