Odisha Link
Bridging the Missing Links in Odisha

ନବୀନ ନିବାସରେ ପଶ୍ଚିମ ଓଡ଼ିଶା ନେତାଙ୍କ ଭିଡ଼

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବର୍ଷା ସିଂ ବରିହା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ସାଥିରେ ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ, ବିଧାୟକ ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଥିଲେ।

ନବୀନ ନିବାସ ବାହାରେ ବିଜେଡିର ଅନେକ ତୁଙ୍ଗ ନେତା ବର୍ଷାଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଛା ଓ ସ୍ୱାଗତ କରିଥିଲେ। ଏଥି ସହିତ ପଦମପୁରର ବିକାଶ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଶୁଭେଛା ଜଣାଇବା ସହ ବର୍ଷାଙ୍କୁ ମିଥ୍ୟା ଅପବାଦ ଦେଇଥିବା ବିରୋଧୀ ଶିବିରକୁ କଡା ଜବାବ ଦେଇଥିଲେ ।

ସୂଚନାଥାଉକି, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ହୋଇଥିଲା ଉପ-ନିର୍ବାଚନ । ଉପ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ତାଙ୍କ ଝିଅ ବର୍ଷା ସିଂ ବରିହା । ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ହୋଇଥିବାବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନଦରେ ବିଜୟୀ ହୋଇଥିଲା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବର୍ଷାଙ୍କ ବିଜୟରେ ଶୁଭେଛା ଜଣାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.