Odisha Link
Bridging the Missing Links in Odisha

ବୋରୱେଲରେ ଫସିଥିବା ତନ୍ମୟ ମୃତାବସ୍ଥାରେ ଉଦ୍ଧାର

୫ ଦିନ ଧରି ଉଦ୍ଧାରକାରୀ ଦଳ ତନ୍ମୟକୁ ଉଦ୍ଧାର କରିବାପାଇଁ ଲାଗିଥିଲେ କିନ୍ତୁ ବଂଚିପାରିଲାନି ତନ୍ମୟର ଜୀବନ

ଓଏଲ୍ ବ୍ୟୁରୋ : ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ। ଆଜି ସକାଳୁ ଏହି ଦୁଃଖଦ ଖବର ମିଳିଥିବାବେଳେ ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳ ତନ୍ମୟକୁ ଉଦ୍ଧାର କରିବାପାଇଁ ଲାଗିଥିଲେ କିନ୍ତୁ ବଂଚିପାରିଲାନି ତନ୍ମୟର ଜୀବନ।

ତନ୍ମୟ ଗତ ୬ ତାରିଖରେ ଖେଳୁଥିବାବେଳେ ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍‌ ଗଭୀର ବୋରୱେଲରେ ପଡିଯାଇଥିଲା। ଏହାପରେ ଏହି ଖବର ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିଲା। ବହୁ ଚେଷ୍ଟା ଜାରି ପରେ ଉଦ୍ଧାର ହୋଇ ତନ୍ମୟ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ଏହାପରେ ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି।

କୁନିପୁଅ ତନ୍ମୟ ଯେଉଁ ସ୍ଥାନରେ ବୋରୱେଲରେ ଫଶିଥିବା ସ୍ଥାନରେ ପଥର ଛଟାଣ ଉଦ୍ଧାର କାର୍ଯ୍ୟରେ ବାଧକ ହୋଇଥିଲା। ମେଡିକାଲ ଟିମ ଓ ରେସକ୍ୟୁ ଟିମ ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଯୋଗୁଁ ଅଣନିଃଶ୍ୱାସୀ ହୋଇ ତନ୍ମୟର ମୃତ୍ୟୁ ହୋଇଥିବା କୁହାଯାଉଛି। ୫ଦିନ ହେବ ଏହି ଘଟଣା ଉପରେ ସାରା ଦେଶର ନଜର ରହିଥିଲା। କୁନି ପୁଅ ତନ୍ମୟ ଦୀର୍ଘ ସମୟ ବୋରୱେଲରେ ଫସିରହିଥିବାରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.